ଓଡିଶା କୃଷିସେବା ସଙ୍ଘ ଜିଲ୍ଲା ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା କୃଷିସେବା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ୟୁନିଟ ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର ଏହି କୃଷି ଅଧିକାରୀମାନେ ରାଜ୍ୟର ୭୭.୫୪ଲକ୍ଷ କୃଷକ ପରିବାରର ଯତ୍ନ, କୃଷିକ୍ଷେତ୍ର ପାଇଁ ଆବଶ୍ୟକ ବୀମା, ରୋଗପୋକ ନିବାରଣ, ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଗୁଣାତ୍ମକ ମାନର ମଞ୍ଜି , ସାର,ଔଷଧ ପ୍ରଭୃତି ଯୋଗାଇଦେବା ଏବଂ ସମନ୍ୱିତ କୃଷି, କୃଷି ବିଦ୍ୟାଳୟ ଓ ନୂତନ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ନିମନ୍ତେ ଚାଷୀମାନଙ୍କୁ ତାଲିମ ପ୍ରଦାନ ପ୍ରଭୃତି କାର୍ଯ୍ୟ କରି ଆସୁଛନ୍ତି । ଯାହାଫଳରେ କି ରାଜ୍ୟ ୫ଥର କୃଷି କର୍ମଣ ପୁରସ୍କାର ପାଇବା ସହ ୩ଥର ସ୍କୋଚ ପୁରସ୍କାର, ୨୦୨୨ରେ କୃଷି ନେତୃତ୍ୱ ପୁରସ୍କାର ପାଇପାରିଛି । ଏଥିସହିତ କାଳିଆ, ବଳରାମ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଓଡିଶା ମିଲେଟ ମିଶନ, ବୈଷୟିକ ଆଖୁ ମିଶନ, ରାଷ୍‌ଟ୍ରୀୟ କୃଷି ବିକାଶ ଯୋଜନା, ଜଳନିଧି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସଶ୍ୟ ବୀମା ପ୍ରଭୃତି କାର୍ଯ୍ୟ ଏହି ଅଧିକାରୀମାନେ କରୁଛନ୍ତି । କୃଷି ଅଧିକାରୀମାନେ ୧୦ରୁ ୨୦ବର୍ଷ ଧରି ଚାକିରୀ କରିଥିବା ବେଳେ ସେମାନଙ୍କୁ ପଦୋନ୍ନତି ଦିଆଯାଉନଥିବା ପ୍ରଭୃତି ୯ଦଫା ଦାବି ରହିଛି । ୮ମାସ ଧରି ସେମାନେ ଅପେକ୍ଷା କରିଥିଲେବି ସେମାନଙ୍କ ଦାବି ଗୁଡିକ ପୁରଣ କରାଯାଉନାହିଁ । ତେଣୁ ସଙ୍ଗ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୩୧ତାରିଖରେ ସମସ୍ତ କୃଷି ଅଧିକାରୀମାନେ ସମୁହ ଛୁଟୀରେ ଯିବାକୁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ତୁଷାରକାନ୍ତି ସାମଲ, ଅନିରୁଦ୍ଧ ତରେଇ, ସୁଚେତା ପାତ୍ର, ତୁଷାରକାନ୍ତ ମହାନ୍ତି, ମନୋରଞ୍ଜନ ରାଉତ, ଗୈାତ୍ତମ ଦାସ, ଶରତ ଚନ୍ଦ୍ର ନାୟକ, ତାପସ ବେହେରା, ଜ୍ୟୋତିର୍ମୟୀ ବେହେରା, ଦେବବ୍ରତ ସେଠୀ, ସ୍ୱପ୍ନାସୋନାଲି ପ୍ରଧାନ ମହାପାତ୍ର, ପରିକ୍ଷିତ ସାହୁ, ଆଶୁତୋଷ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ