ରାସ୍ତାପାର୍ଶ୍ୱ ଷ୍ଟ୍ରିଟଲାଇଟ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରେ ଲାଗିଥିବା କିଛି ଷ୍ଟ୍ରିଟ ଲାଇଟକୁ ଦୁର୍ବୃତ୍ତ ମାନେ ଚୋରାଇ ନେଇଛନ୍ତି। ରାସ୍ତା ପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଏହି ଲାଇଟ ଲଗାଇଥିବା ବେଳେ ସୁରକ୍ଷା ଅଭାବରୁ ଏହା ଚୋରି ହୋଇ ଯାଇଛି। ଲାଇଟ ପାଇଁ ଲାଗିଥିବା ଟ୍ରାନ୍ସଫର୍ମରରୁ ମଧ୍ୟ ତେଲ ଚୋରି ହୋଇଯାଇଥିବା ବେଳେ ତୋରତ ପୋଲ ତଳେ ଲାଗିଥିବା ହାଲୋଜିନକୁ ମଧ୍ୟ ଚୋର ନେଇଯାଇଛନ୍ତି। ସେହିଭଳି କହରାପୋଖରୀ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରୁ ଷ୍ଟ୍ରିଟଲାଇଟ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ୨୩୨/୨୩ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।