ଗୀତାଞ୍ଜଳି ପକ୍ଷରୁ ଗୁରୁ ରବିନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ଗୁରୁ ରବିନ୍ଦ୍ରନାଥଙ୍କ ୮୨ତମ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ତପନ କୁମାର ରାହା , ଆବାହକ ସୁଜାତା ରାହାଙ୍କ ତତ୍ୱାବଧାନରେ ସଂଗୀତ, ନୃତ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଗୁରୁ ରବିନ୍ଦ୍ରନାଥଙ୍କ ଜୀବନ ଦର୍ଶନ, ମାନବିକତା ମୂଲ୍ୟବୋଧର ସ୍ମୃତିଚାରଣ ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ମୃତି ସଭାରେ ସୁବ୍ରତ ରାୟ, ରୂପା ପାଲ ଓ ସୁଭ୍ରା ମିଶ୍ରଙ୍କ ଆନନ୍ଦଧାରା ଗ୍ରୁପ୍ ପକ୍ଷରୁ ଏକ ହୃଦୟସ୍ପର୍ଶୀ ସଂଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ମାନବିକ ମୂଲ୍ୟବୋଧ, କଳାସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଡ. ସଜାଲେନ୍ଦୁ ମାଲକାର ମନମୁଗ୍‌ଧକର କବିତା ସୋନାରଟୋରୀ ପରିବେଷଣ କରିଥିଲା । ପ୍ରିୟା ସେନଗୁପ୍ତା, ତବଲା ବାଦକ ଗିରିଜା ନନ୍ଦ ଏବଂ ଏସ୍‌.ଏସ୍ ହଳଧର ଗିଟାର ବାଦନ ମାଧ୍ୟମରେ ଦର୍ଶକମାନଙ୍କୁ ବେଶ ଆମୋଦିତ କରିଥିଲେ । ସୋମନାଥ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପରିମଲ ମାଲକାର ନିଜ ବାଗଚାତୁରୀ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟାମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ