୭୨ କେଜି ଗଞ୍ଜେଇ ଜବତ ଯୁବକ ଗିରଫ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ପଞ୍ଚାୟତ ବତାଗଡ ଗ୍ରାମ ଏକ।ଦୋକାନରୁ ପୋଲିସ ବୁଧବାର ସକାଳୁ ୭୨ କେଜି ଗଞ୍ଜେଇ ଜବତ କରିବାସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଡାମାରୀ ଭଞ୍ଜ ସାହିର ପାଣ୍ଡବ ପ୍ରଧା(୨୫)ବୋଲି ସୂଚନା ମିଳିଛି । ଖବରପ୍ରକାରେ , ଯୁବକ ଜଣକ ବତାଗଡ ଗ୍ରାମରେ ଛୋଟିଆ ଦୋକାନ ଟିଏ କରିଥିବା ବେଳେ ଦୋକାନରେ ଗଞ୍ଜେଇ ରଖିଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସକାଳୁ ଅତର୍କିତ ଚଢ଼ାଉ କରିଥିଲା । ତେବେ ଦୋକାନ ଯାଞ୍ଚ ପରେ ଏକ ବସ୍ତାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଖବର ପାଇ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ପରେ ସେଥିରେ ୭୨ କେଜି ୮୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ପାଟପୁର ଥାନା ମାମଲା ନଂ ୫୪୩/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


