ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ ଜିଲାପାଳ
ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବନ୍ତ ବ୍ଲକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଛନ୍ତି । ଆଗରପଡ଼ା ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ୫-ଟି ଯୋଜନାରେ ୨୫ଲକ୍ଷ ଟଙ୍କା ଅନୁଦାନରେ ରୂପାନ୍ତରିତ କାର୍ଯ୍ୟର ତଦାରଖ କରିଥିଲେ । ୧ କୋଟି ୨୫ଲକ୍ଷ ଟଙ୍କା ବ୍ୟୟରେ ୫-ଟି ସାମିଲ ହୋଇଥିବା ଆଗରପଡ଼ା ମହାବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ଅନୁମୋଦିତ ୯ କୋଟି ୯୦ ଲକ୍ଷ ଟଙ୍କା କାର୍ଯ୍ୟର ଅଗ୍ରଗତି ସଂପର୍କରେ ତଦାରଖ କରିଥିଲେ । ଜିଲାପାଳଙ୍କ ଗ୍ରସ୍ତ ବେଳେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସରକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୂରୁଣା କୋଠା ଗୁଡ଼ିକୁ ଭଙ୍ଗା ଯାଇ ମାପଚୁପ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଥିବା ଏକ କର୍ମଚାରୀ ଗୃହ ଖତିୟାନ ନଂ-୮୮/୧୭୫ ଏବଂ ପ୍ଲଟ ନଂ-୧୪/୧୫ ବସନ୍ତ କୁମାର ମାହାରଙ୍କ ବ୍ୟକ୍ତିଗତ ଜାଗାରେ ହୋଇଥିବାରୁ ତାଙ୍କୁ ସରକାରୀ ଧାର୍ଯ୍ୟମୂଲ୍ୟ ଅନୁଯାଇ ଅର୍ଥ ପ୍ରଦାନ ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଜବର ଦଖଲ ମୁକ୍ତ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


