ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଦଫା ଦାବି

ବାଲେଶ୍ଵର, (ସରୋଜ ପଣ୍ଡା):ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଦଫା ଦାବିରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କୈଳାଶ ଚନ୍ଦ୍ର ବାରିକ ଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତା ମାନେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ ।ପରେ ଏକ ପ୍ରତିନିଧି ଦଳ ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଲେଶ୍ଵର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।ଦାବି ଗୁଡ଼ିକ ମଧ୍ୟରେ ସାରା ରାଜ୍ୟରେ କୃଷି ଯନ୍ତ୍ରପାତି କିଣା ରେ ଦିଆଯାଇଥିବା ରିହାତି କାରବାରରେ ବ୍ୟାପକ ଦୁର୍ନୀତିର ସି ବି ଆଇ ତଦନ୍ତ କରାଯିବା, ରାଜ୍ୟରେ ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀ ସ୍ତର ପର୍ଯ୍ୟନ୍ତ ଏକ ରାକେଟ ମାଧ୍ୟମରେ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନୀତି ରେ ଚାଷୀ ମାନେ ପ୍ରଚୁର ମାତ୍ରାରେ କ୍ଷତିଗ୍ରସ୍ତ ଓ ଶୋଷଣ ର ଶିକାର ହେଉଛନ୍ତି।ଦୀର୍ଘଦିନ ରୁ ରାଜ୍ୟ ସରକାରଙ୍କ ପୃଷ୍ଟପୋଷକତାରେ ଚାଲିଥିବା ଏ ମହା ଦୁର୍ନୀତି ର ସିବିଆଇ ତଦନ୍ତ କରିବା, କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ରିହାତି ମୂଲ୍ୟର ସାର କୁ ସମବାୟ ବିଭାଗ କୁ କମ ଓ ଘରୋଇ ବିତରକ ମାନଙ୍କୁ ଅଧିକ ପରିମାଣରେ ଆବଣ୍ଟନ କାହା ସ୍ୱାର୍ଥ ରେ କରାଯାଇଛି।ଘରୋଇ ବିତରକ ମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଯୋଗୁଁ ସାର ର କଳା ବାଜାରୀ ଓ ଚଢ଼ା ଦରରେ ବିକ୍ରୀ ହେତୁ ଚାଷୀ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହିତ ଠିକ୍ ସମୟରେ ପାଇ ପାରୁନାହାନ୍ତି।ମାର୍କଫେଡ ରାଜ୍ୟର ସମସ୍ତ ସମବାୟ ପେକ୍ସ ମାନଙ୍କୁ ସାର ଯୋଗାଣ କରିଥାଏ,ମାତ୍ର ୪ ବର୍ଷ ହେଲା ରାଜ୍ୟ ସରକାର ମାର୍କଫେଡ କୁ ସାର କିଣା ବାବଦକୁ ଶହେ କୋଟି ଉର୍ଦ୍ଧ ଟଙ୍କା ବକେୟା ରଖିଥିବାରୁ ସମବାୟ ସଂସ୍ଥା ଜରିଆରେ ଚାଷୀଙ୍କୁ ସାର ଠିକ୍ ଭାବେ ପହଞ୍ଚି ପାରୁନାହିଁ। ସାର କଳା ବଜରୀ ଓ ଅଭାବୀ ଚଢ଼ା ଦର ବିକ୍ରି ରୋକିବା ଓ ଏହାର ସୁବନ୍ଦୋବସ୍ତ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା,ନିର୍ଦ୍ଧାରିତ ସମୟ ରେ ଚାଷୀ ପଞ୍ଜିକରଣ କରି ପାରି ନଥିବାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ ସମୟ ଅବଧି ବୃଦ୍ଧି କରିବା,ଚାଷୀ ମାନଙ୍କ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡ କରିବା,ବୋନସ ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରିବା, ପାନ ଚାଷୀ/ଖଡ଼ି ଚାଷୀ ମାନଙ୍କୁ ଋଣ ମାଧ୍ୟମରେ ସବସିଡି ଏବଂ ବୀମାଭୁକ୍ତ କରିବା ଆଦି ୧୨ ଦଫା ଦାବି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ