ଯୁବ ସମାଜସେବୀ ବସନ୍ତ ସାହୁଙ୍କୁ ଦେହାନ୍ତ

ଗଞ୍ଜାମ, (ବିନୋଦ ପଲାଇ):ବିଶିଷ୍ଟ ଯୁବ ସମାଜସେବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ ସଭାପତି, ମିଷ୍ଟାଭାସି, ପରୋପକାରୀ, ପ୍ରକୃତିପ୍ରେମି , ବିଜେପି ଯୁବନେତା, ଶ୍ରୀରାମ କ୍ରିୟାନୁଷ୍ଠାନ କମିଟିର ଆବାହକ, ବସନ୍ତ କୁମାର ସାହୁଙ୍କ(୩୫) ଦେହାନ୍ତ ଘଟିଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଗଞ୍ଜାମ ସହରର ତ୍ରିବେଣୀ ମଠ ଛକ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ଦଳ ମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟିଥିଲା। ଗଂଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜରେ ସୁଭରଭାଇଜର ରୂପେ କାର୍ଯ୍ୟରତ ଥିବା ବସନ୍ତ ଜଣେ ସମାଜସେବୀ ହିସାବରେ ଲୋକଙ୍କ ପାଖରେ ବେଶ ପରିଚିତ ହୋଇପାରିଥିଲେ। ବାତ୍ୟା, ବନ୍ୟା, ଦୁର୍ଘଟଣା ସମୟରେ ହେଉବା ନିଖୋଜ ବେକ୍ତିବିଶେଷଙ୍କୁ ଉଦ୍ଧାର କରିବା, ରକ୍ତଦାନ ଶିବିର ଆୟୋଜନ କରିବା, ବୃକ୍ଷରୋପଣ, ସାଂସ୍କୃତିକ କାର୍ଯ୍ୟକ୍ରମ,ବେଳାଭୂମି ସଫେଇ, ପ୍ଲାଷ୍ଟିକ ହଟାଓ ଅଭିଯାନ, କୋଭିଡ଼ି ସମୟରେ ପ୍ରବାସୀଙ୍କୁ ଖାଇବାକୁ ଦେବାରେ ନିଜକୁ ସାମିଲ କରିବା ସହ ଖୋଜ ପଡିଥାଏ ବସନ୍ତଙ୍କୁ । ପ୍ରଥମ ଥର ପାଇଁ ସହରରେ ଲୋକକଳା ମୋହଉତ୍ସଵ ଆୟୋଜନ କରିବା ଓ ବିଭିନ୍ନ ସାମାଜିକ ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଥିଲା। ଗତକାଲି ସନ୍ଧ୍ୟା ହଠାତ ମୁଣ୍ଡ ବୁଲାଇବାରୁ ଗଞ୍ଜାମ ମେଡ଼ିକାଲ ନିଆଯାଇଥିଲା। ସେଠାରେ ହାଇ ବ୍ଲଡ ପ୍ରେସର ଯୋଗୁଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା କରିବା ଅଵସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିନିଧି ଇଂ ଵିନୋଦ କୁମାର ପାଢ଼ୀ, ପୁର୍ବତନ ଗଞ୍ଜମ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଗ୍ରାସୀମ ଇଣ୍ଡୋଷ୍ଟିଜର ୟୁନିଟ ମୁଖ୍ୟ ଅଜୟ ଗୁପ୍ତା, ଆଇ.ଆର ମୁଖ୍ୟ ନିରାଜା ପଟ୍ଟନାୟକ, ବିଜେଡି ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ସିଲୁ ଦାସ, ନଗର ବିଜେପି ସଭାପତି କାନ୍ତରୀ ଦଳେଇ, ବଡ଼ ବଜ଼ାର ବ୍ୟବସାୟ ସଙ୍ଘ ସଭାପତି ଗୋୖରୀଶଙ୍କର ବାରିକ, କାଉନସିଲର ଅରୁଣ କୁମାର ପଣ୍ଡା, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ପୁର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାଢ଼ୀ, ନିଳାଞ୍ଚଳ ବାରିକ, ଇକୋ ୱାରିୟର ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ,କରୁଣା ରେଡ୍ଡୀ, ପୁର୍ବତନ ସରପଞ୍ଚ ସମାରେଡି, ପୂର୍ବତନ କାଉନସିଲର ଡି.କେ.ରାଓ, ମିଡ଼ିଆ ହାଉସର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ,ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାସ, ଅପୂର୍ବାର ପ୍ରଭାତ ସାହୁ, ବିଜେଡି ନେତା ସୁଦାମ ଜେନା , ସକ୍ଷମ ର ପୁରୁଷୋତ୍ତମ ପଣ୍ଡା, ଜ୍ଞାନ ସାହୁ , ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୁର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ,ଗୋସୁରକ୍ଷା ସମିତିର ପପୁ ମହାନ୍ତି, ଇଂ ଗଜେନ୍ଦ୍ର କୁମାର ତରାଇ,ସ୍ୱେଚ୍ଛାସେବୀ ସମରେସ ପ୍ରଧାନ ପ୍ରମୁଖଙ୍କ ଶେଷ ଦର୍ଶନ କରିଥିଲେ। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଧାୟକ ସୁବାସ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ସଂଘ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ,ସରସ୍ୱତୀ ଶିଶୁ ମନ୍ଦିର କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ ପ୍ରମୁଖ ଶୋକପ୍ରକାଶ କରିଛନ୍ତି। ପରେ ସ୍ଵର୍ଗତ ବସନ୍ତଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଋଷିକୂଲ୍ୟା ନଦୀ କୂଳେ ପାର୍ଥବ ଶରୀରକୁ ସତ୍କାର କରାଯାଇଥିଲା। ତାଙ୍କର ଚାରିବର୍ଷର ଏକ ମାତ୍ର ପୁଅ ଅଛି। ଏହାକୁ ନେଇ ଗଞ୍ଜାମ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି।ସେହିପରି ଶ୍ରୀମା ଟ୍ୟୁୟୁଟରାଲରେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ