ଜିଲ୍ଲାସ୍ତରୀୟ ସଂସାଧାନ ସଭ୍ୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କଲେ ଜିଲ୍ଲାପାଳ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ବାର୍ତ୍ତା ସରଳ ତଥା ସାବଲୀଳ ଢଙ୍ଗରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଏବଂ ସ୍ଥାନୀୟ, ପାରମ୍ପରିକ ଲୋକକଳାକାରଙ୍କ ଜୀବନ ଜୀବିକାରେ ସହାୟତା ନିମନ୍ତେ ଜିଲ୍ଲାବ୍ୟାପୀ ଗ୍ରାମପଞ୍ଚାୟତ ସ୍ତରରେ ଲୋକକଳା ପ୍ରୟୋଗ ଦ୍ୱାରା ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଚଳିତ ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ପୂର୍ବାହ୍ନ ସାଢେ଼ ୧୦ ଟା ବେଳେ ଉଦଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର କୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ,ରାଜ୍ୟ ସଂସାଧନ ବିଶେଷଜ୍ଞ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନସ୍ୱନୀ ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ।