ସୁଦାମ ମାରାଣ୍ଡିଙ୍କୁ ଲିଖିତ ଅଭିଯୋଗ ପ୍ରଦାନ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥ ମହୁଲଡିହାରେ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯାଇ ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୃହ , ଖେଳ ପଡିଆ,ଷ୍ଟାପ୍ ବିଲିଂ,ବିଦ୍ୟୁତ୍ ସଂଯୋଗ କରାଯାଇଛି । କିନ୍ତୁ ଏହା ପତିତ ଜମିରେ ହୋଇଥିବାରୁ ଟାଉନ ପ୍ଲାନିଂ ଏବଂ ଅଗ୍ନିଶମ ବିଭାଗ ନୋ ଅବଜେକସନ ସାର୍ଟିଫିକେଟ ପ୍ରଦାନ କରୁନାହାନ୍ତି । ଯାହାଫଳରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ନୂତନ ଗୃହ ହସ୍ତାନ୍ତର କରା ଯାଇପାରୁ ନାହିଁ । ଟାଉନ ପ୍ଲାନିଂ କହୁଛି ପତିତ ରୁ ଘରବାଡ଼ି କିସମ ପରିବର୍ତ୍ତନ କର । ତହସିଲ ପକ୍ଷରୁ ଏହାକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ରାଜସ୍ୱ ମନ୍ତ୍ରୀ ଏହା ଉପରେ ତୁରନ୍ତ ଉଚିତ ପଦକ୍ଷେପ ନେବା ସହ ୨୦୨୦ ରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲାସ ଚାଲୁ କରିବାରେ ସହଯୋଗ କରନ୍ତୁ ବୋଲି ଅଭିଭାବକମାନେ ମାନ୍ୟବର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଓ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ଶିଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ