ମରିଯିବି, ଭୁଲ ମାଗିବିନି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି । ସାବରକରଙ୍କୁ ଉଲ୍ଲେଖକରି ସେ କହିଛନ୍ତି, ମୁଁ ମରିଯିବି, କିନ୍ତୁ କ୍ଷମା ମାଗିବିନି । ମୋ ନାଁ ରାହୁଲ ସାବରକର ନୁହେଁ, ରାହୁଲ ଗାନ୍ଧୀ ।
ସୂଚନା ଅନୁସାରେ, ବଳାତ୍କାରକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପିର ମହିଳା ସାଂସଦମାନେ ଶୁକ୍ରବାର ଦିନ ସଂସଦରେ ହଙ୍ଗାମା କରିଥିଲେ । ଏହାପରେ ବିଜେପି ନିର୍ବାଚନ ଆୟୋଗରଙ୍କ ଆଗରେ ମଧ୍ୟ ଅଭିଯୋଗ କରିଥିଲା । ରାହୁଲ ଏହା ଉପରେ ଆଜି ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ କ୍ଷମା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ମାଗିବା ଦରକାର, ଯେଉଁମାନେ ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ରାହୁଲ କହିଛନ୍ତି ଆସାମ ଏବଂ ପୂର୍ବୋତ୍ତରେ ଏହିମାନେ ନିଆଁ ଲଗାଇଛନ୍ତି । ଦେଶକୁ ଦୁର୍ବଳ କରାଯାଉଛି, ଅର୍ଥବ୍ୟବସ୍ଥାକୁ ନଷ୍ଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ