ଗଜପତିରେ ଶ୍ରୀଗଣେଶଙ୍କ ପୂଜା ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲାରେ ଶ୍ରୀଗଣେଶ ପୂଜା ଗତ କାଲି ଠାରୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳିତ ହୋଇ ଆସୁଛି. ପାରଳାଖେମୁଣ୍ଡି ସହରର କେଉଟ ସାହି, ମାଟିଆ ସାହି, ରାଜଦାଣ୍ଡ, କରଣ ସାହି ଛକ, ଗାନ୍ଧି ଛକ, ନୂଆ ବସ ଷ୍ଟାଣ୍ଡ, ବଡ଼ ବ୍ରାହ୍ମଣ ସାହି, ଦୈନିକ ମୁଖ୍ୟ ବଜାର ଆଦି ସମେତ ସହରର ପ୍ରତେକ ସାହି ଶ୍ରୀଗଣେଶଙ୍କ ପୂଜା ପାଳିତ ହୋଇଛି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ ମହକୁମା କାଶୀନଗର ଠାରେ ଅତ୍ୟନ୍ତ ଆକାଶରଣୀୟ ଭାବେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ୟାଲେସ ଆକୃତିରେ ମେଢ଼ ତିଆରି କରି ଅତ୍ୟନ୍ତ ଜାକଜକମ ଭାବେ ପୂଜାଅର୍ଚ୍ଚନା କରାଯାଇଛି. ସେହିପରି ଜିଲ୍ଲାର ଗୁମ୍ମା, ଗୋଶାଣୀ, ରାୟଗଡ, ଆର. ଉଦୟଗିରି, ନୂଆଗଡ, ମୋହନା ଆଦି ବ୍ଲକ ମହକୁମା ଏବଂ ସମ୍ପୃକ୍ତ ଅଞ୍ଚଳର ଅନେକ ଗ୍ରାମରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଛି. ହେଲେ ଚଳିତ ବର୍ଷ ଲଘୁଚାପଜନିତ ବର୍ଷା ଯୋଗୁ ଅତ୍ୟନ୍ତ ଆକାଶରଣୀୟ ସାଜସଜା ହୋଇଥିଲେ ସୁଦ୍ଧା ବର୍ଷା ଯୋଗୁ ପୂଜା ମେଢ଼ ଫିକା ପଡିଯାଇଛି.


