ଜନନୀ ଯନ୍ତ୍ରଣା, ଗର୍ଭବତୀଙ୍କୁ ଦୋଳାରେ ବୁହାହେଲା ୭ କିମି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ରାସ୍ତା ନ ଥ‌ିବାରୁ ମୋହନା ବ୍ଲକ ଦୁର୍ଗମ ଅଞ୍ଚଳର ମାତାକୁପା ଗାଁରେ ଦୋଳାରେ ପୁଣି ୭ କିମି ଭାରରେ ବୁହା ହେଇଛନ୍ତି ଗର୍ଭବତୀ। ଗାଁର ଆୟୁବ ମାଝୀଙ୍କ ଶୁକ୍ରବାର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ମୋହନା ମେଡିକାଲ୍ ନେବାକୁ ଘରୁ ବାହାରିଥିଲେ। ହେଲେ ରାସ୍ତା ଭଲ ନ ଥ‌ିବାରୁ ପରିବାର ଲୋକେ ମାତାକୁପା ଗାଁଠାରୁ ଗମ୍ଭାରୀ ଗାଁ ଯାଏ ପ୍ରାୟ ୭ କିମି ମହିଳାଙ୍କୁ ଭାରରେ ବୋହି ନେବା ପରେ ସେଠାରୁ ପରିବାର ଲୋକେ ଆଉ ଆମ୍ବୁଲାନ୍ସକୁ ନ ଡାକି ବାଇକରେ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ବାସ୍ଥ୍ୟବସ୍ଥା ଭଲ ଥ‌ିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳରେ ରାସ୍ତା ନ ଥିବାରୁ ଜନସାଧାରଣ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେବାଗର୍ଭବତୀ ମହିଳାଙ୍କୁ ଭାରରେ ନିଆଯାଉଛି । ଏହିଭଳି ଜନନୀ ଯନ୍ତ୍ରଣାର ଚିତ୍ର ମୋହନା, ରାୟଗଡ଼, ଆର. ଉଦୟଗିରି ବ୍ଲକରେ ପ୍ରାୟ ଦେଖୁବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ