ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ ୩ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିି ମାନେ ହେଲେ ଦିଗପହଣ୍ଡି ସହରର ଏମ.ଉଜ୍ଜଳ,ଡମ୍ବରୁ ଧର ସ୍ୱାଇଁ ଏବଂ ବିକାଶ ଚନ୍ଦ୍ର ନାୟକ।ପୋଲିସ  ସେମାନଙ୍କ ନିକଟରୁ ନଗଦ ୧୯ ହଜାର ୧୦୦ ଟଙ୍କା ଜବତ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଥାନା ପଛପଟେ ଥିବା ଶ୍ରୀ ଚନ୍ଦ୍ର ଚୁଡେଶ୍ବର ଶୈବପୀଠ ପରିସରରେ ଜୁଆ ଖେଳ ଚାଲିଥିବା ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଅତର୍କିତ ଚଢ଼ାଉ କରିଥିଲେ ।  ଚଢ଼ାଉ ସମୟରେ ବହୁ ସଂଖ୍ୟକ ଜୁଆଡି ଅନ୍ଧାର ରାତି ର ସୁଯୋଗ ନେଇ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଧରାପଡ଼ିଥିବା ଜୁଆଡ଼ି  ମାନଙ୍କ ବିରୋଧରେ ଥାନା କେସ୍ ନଂ ୩୬୨/୨୩ ପ୍ରକାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ