କଳିଙ୍ଗ ବାଲିଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପାରାଦୀପ ର କଳିଙ୍ଗ ବାଲିଯାତ୍ରା ର ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଫିସର୍ସ କ୍ଲବ ଠାରେ ଶନିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷା ପାରୁଲ ପଟାୱାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜଗତସିଂହପୁର ଏଡିଏମ ଚିନ୍ମୟୀ ବିଶ୍ୱାଳ, ପାରାଦୀପ ଏଡିଏମ ଲଗ୍ନଜିତ ରାଉତ ଏବଂ ପାରାଦୀପ ପୋଲିସ ଡିଏସପି ସନ୍ତୋଷ କୁମାର ଜେନା ପ୍ରମୁଖ ଏହି ବୈଠକ ରେ ଯୋଗଦେଇ ଆସନ୍ତା ନଭେମ୍ବର ୨୬ ରୁ ଡିସେମ୍ବର ୩ ତାରିଖ ଦୀର୍ଘ ଆଠଦିନ ବ୍ୟାପି ଏହି ବାଲିଯାତ୍ରାକୁ ସଫଳ କରିବା ନେଇ ଆଲୋଚନା କରିଥିଲେ l ସୂଚନା ଥାଉକି ଓଡିଶା ପ୍ରସିଦ୍ଧ କଟକ ବାଲିଯାତ୍ରା ଉତ୍ସବ ପରେ ପାରାଦୀପ ର କଳିଙ୍ଗ ବାଲିଯାତ୍ରା ହେଉଛି ଦ୍ଵିତୀୟ ଉତ୍ସବ l ତେବେ ଚଳିତ ବାଲିଯାତ୍ରା କୁ ଅଧିକ ଆକର୍ଷଣୀୟ କରିବା ଏବଂ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ l ଏହି ବୈଠକ ରେ ବାଲିଯାତ୍ରା କମିଟିର ସଦସ୍ୟ ମାନଙ୍କ ସମେତ ବିଭିନ୍ନ ଶିଳ୍ପସଂସ୍ଥା ଓ ବହୁ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l


