ବେଦାନ୍ତ ପକ୍ଷରୁ ପୋଷଣ ମାସ ପାଳନ

ଗଂଜାମ, (ବିନୋଦ ପଲାଇ):ଗଂଜାମ ଜିଲ୍ଲାର ପଚିଶଟି ନନ୍ଦଘର ଠାରେ ବେଦାନ୍ତ ପକ୍ଷରୁ ପୋଷଣ ମାସ ପାଳନ କରାଯାଇଅଛି ।ଇଣ୍ଡିଆନ ଆମେରିକା ଫାଉଣ୍ଡେସନ ଦ୍ୱାରା ଗଂଜାମ,ଖଲ୍ଲିକୋଟ, ଓ ଛତ୍ରପୁର ବ୍ଲକ ଅଧୀନରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦରେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଛି ।କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନବାଡି କେନ୍ଦରେ ଗର୍ଭବତୀ,ପ୍ରସୂତି,କିଶୋରୀ ବାଳିକା ସହ ଅଭିଭାବକ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ବୈଠକରେ ଖଲ୍ଲିକୋଟ ବିଧାୟିକା, ସିଡିପିଓ,ସୁପରଭାଇଜର,ଆଶା ଓ ଅଙ୍ଗନବାଡି ଦିଦି ସହ ଏଆଇଫର ଗଂଜାମ ପ୍ରୋଗ୍ରାମ ଆସିସ୍ଟଣ୍ତ ସହ ଅନ୍ୟ ସଂଯୋଜକ ମାନେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।ନିଜ ଅଂଚଳରେ ସୁବିଧା ଓ ଶସ୍ତାରେ ମିଳୁଥିବା ପନିପରିବା ରେ କେଉଁଭଳି ଭାବରେ ଭିଟାମିନ ପ୍ରଚୁର ପରିମାଣରେ ଥାଏ ଏବଂ କେଉଁ ସବୁ ପନିପରିବାରୁ କେଉଁ ଭିଟାମିନ ମିଳେ ତାହା ସମସ୍ତେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଗାଁ ଗହଳି ରେ କେଉଁଭଳି ପୋଷଣର ସଚେତନ କରାଯାଇପାରିବ ସେ ବିଷୟରେ ଅଲୋଚନା କରାଯାଇଥିଲା ।ଅଙ୍ଗନବାଡି କେନ୍ଦରେ ବିଭିନ୍ନ ପନିପରିବା କୁ ଲୋକଙ୍କ ଆଗରେ ସୁନ୍ଦର ଭାବରେ ଉପସ୍ଥାପନ କରାଯିବ ସହ ଖେଚୁଡ଼ି,ଛତୁଆ ପିଲାମାନଙ୍କୁ ଦିଆଯାଇଥଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ