କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସଦସ୍ୟ ନରୋତ୍ତମ ଜେନାଙ୍କ ଗରାପୁରସ୍ଥିତ ବାସଭବନରେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଶ୍ରମିକନେତା ଜଗତଜୀବନ ଦାଶ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ସମୟ ଆସିଛି ସମସ୍ତେ ଗାନ୍ଧୀ ଓ ଲାଲବାହାଦୂରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଜଣେ ଜଣେ ଭଲ ମଣିଷ ହୋଇପାରିବା । ନରୋତ୍ତମ ଜେନା ଗାନ୍ଧୀ ଓ ଲାଲବାହାଦୂରଙ୍କ ଜୀବନୀ ସଂକ୍ଷେପରେ ଆଲୋକପାତ କରିଥିଲେ । ସଭାପତି ନିଶା ସେବନକୁ ସମସ୍ତେ ତ୍ୟାଗ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନାକର ଜେନା, ଜଗନ୍ନାଥ ପ୍ରସାଦ, ରଞ୍ଜୁଲତା ମହାପାତ୍ର, ରାଜେନ୍ଦ୍ର ମହାପାତ୍ର ଓ ମନୋଜଙ୍କ ସମେତ ବହୁ ଗାନ୍ଧୀପେମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ