କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । ଏହି ଅବସରରେ ସ୍ୱେଛାସେବୀମାନେ କଲେଜ ପରିସର ସମେତ କଲେଜ ଛକ ଓ ତିନିମୁହାଣି ଛକ ପ୍ରଭୃତି ସଫେଇ କରିଥିଲେ । ପୈାରପାଳିକାର କର୍ମଚାରୀମାନେ ସ୍ୱେଛାସେବୀମାନଙ୍କ ସହିତ ମିଶି ତିନିମୁହାଣି ବଜାରରେ ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ନକରିବାକୁ ଏବଂ ପରିବେଶକୁ ସ୍ୱଛ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଗୈାର ପ୍ରସାଦ ଷଡଙ୍ଗୀ, ପ୍ରଫେସର ଅଶୋକ କୁମାର ଦାସ, ଜ୍ଞାନେନ୍ଦ୍ର ଦାସ, ରଞ୍ଜିତ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପୈାରପାଳିକାର କର୍ମଚାରୀ ଏବଂ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟ କରିଥିଲେ ।