କରଞ୍ଜିଆ ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏକ ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କଳା ଓ ସଂସ୍କୃତିର ପରିଚୟ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଜିଲ୍ଲାର ନୂତନ ୫ ଟି ପ୍ରଶିକ୍ଷଣ କେନ୍ଦ୍ର ଶୁଭ ଉଦଘାଟନ ହେବା ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଯାଇଛି।ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଙ୍କ ଦ୍ୱାରା ଏହି ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହେବାର ଥିଲା । କେନ୍ଦ୍ରମନ୍ତ୍ରୀ ଏଥିନିମନ୍ତେ ସମ୍ମତି ମଧ୍ୟଦେଇଥିଲେ କିନ୍ତୁ ଦିବା ୨ ଘଟିକାରେ ଧାର୍ଯ୍ୟ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ମନ୍ତ୍ରୀ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଆସିନଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ନଆସିବାରୁ ଶେଷ ରେ ସନ୍ଧ୍ୟା ୫ ଘଟିକା ସମୟରେ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଛୋଟେଲାଲ ମହାନ୍ତ ଏହି ପ୍ରଶିକ୍ଷଣ କେନ୍ଦ୍ର କୁ ଉଦଘାଟନ କରିଥିଲେ । ଦିନ ୨ ଘଟିକା ସମୟରୁ ମନ୍ତ୍ରୀ ଙ୍କୁ ଅପେକ୍ଷା କରିରହିଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତା ଓ ସଭାକୁ ଆସିଥିବା ଲୋକ ନିରାଶ ହୋଇ କାର୍ଯ୍ୟକ୍ରମ ସ୍ଥଳରୁ ଚାଲିଯାଇଥିବା ଦେଖାଯାଇଥିଲା ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ହେବା ପୂର୍ବରୁ ଦେବାଧିଦେବ ନଟରାଜଙ୍କ ପୂଜାର୍ଚ୍ଚନା ପଣ୍ଡିତ ସନ୍ଦିପନୀ ମିଶ୍ରଙ୍କ ଦ୍ଵାରା କରାଯାଇଥିଲା। ଆଜି କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ଙ୍କ ସ୍ଥାନରେ ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ଉତ୍ସବର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଛୋଟେଲାଲ ମହାନ୍ତ ଯୋଗଦାନ କରି ପ୍ରଶିକ୍ଷଣ କେନ୍ଦ୍ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେ଼ମୀ ସଭାପତି ଡ଼ଃ ସନ୍ଧ୍ୟା ପୁରେଚା ଓ ସମ୍ପାଦକ ରାଜୁ ଦାସ, ସମ୍ମାନିତ ଅତିଥି ଭାବେ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ କରୁଣାକର ଦାସ,ପାଞ୍ଚପୀଢ ଛଉ ନୃତ୍ୟ ଏକାଡେମୀ ପରିଚାଳକ ଜଗଦୀଶ ଚନ୍ଦ୍ର ନାଏକ ଏବଂ ଆଇନଜୀବୀ କୃପାସିନ୍ଧୁ ମହାନ୍ତ ସଭା ମଣ୍ଡନ କରିଥିଲେ।ରଞ୍ଜିତ ବଡନାଏକ,ବିପ୍ଳଵ ସ°ଖିଆଳ,ଛଉ ଗୁରୁ ଶିବ ପ୍ରସାଦ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ସଂଯୋଜକ ହରିପଦ ମହାନ୍ତ ତଥା ସମସ୍ତ ଆଞ୍ଚଳିକ ଛଉ ଅନୁଷ୍ଠାନ ଗୁରୁ ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ରାଜାରାମ ଛଉନୃତ୍ୟ ପ୍ରତିଷ୍ଠାନ ଏକତାଳୀ ଓ ମା କୀଚକେଶ୍ୱରୀ ଛଉ ନୃତ୍ୟ ସଂଘ କିଆପାଣପଶି ସେମାନଙ୍କ ଛଉ ନୃତ୍ୟ ପରିବେଷଣ କରିଥିଲେ।ପରିଶେଷରେ ଅଧକ୍ଷ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ