କଂଗ୍ରେସ ର ହାତ କୁ ହାତ ଯୋଡ ପଦଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ତୁଳସୀପୁର ଓ ବାହାରେଣା ପଞ୍ଚାୟତ ଅଞ୍ଚଳ ରେ ହାତ କୁ ହାତ ଯୋଡ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କର୍ମୀ ଓ ନେତା ମାନେ ବିଜେଡ଼ି ସରକାର ର ବିଫଳତା ସମ୍ପର୍କ ରେ ସ୍ଲୋଗାନ ଦେଇ ଗାଁ ଗାଁ ପରିକ୍ରମା କରିଥିଲେ।ବାହାରେଣା ପଞ୍ଚାୟତ ରେ ସୁଧିରମହାନ୍ତି, ଜୟୀବରାଳ, ଗୋବିନ୍ଦମଳିକ, ବନ ବିହାରୀ ଦାଶ,ବାବୁଲି ବାରିକ,ଓ୍ବାହିଦ୍ ଖାଁ,ଦେବଦତ ପାତ୍ର ଙ୍କ ନେତ୍ରୁତ୍ବରେ ଶତାଧିକ କର୍ମୀ ପଦଯାତ୍ରା କରିଥିବା ବେଳେ ତୁଳସୀପୁର ପଞ୍ଚାୟତରେ ନିମାପଡା ବ୍ଲକ କଂଗ୍ରେସ ସଭାପତି ବିଜୟ ପ୍ରଧାନ ଙ୍କ ନେତୃତ୍ୱ ରେ ପଦଯାତ୍ରା ମା କନକ ଦୁର୍ଗା ମନ୍ଦିର ଠାରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା ତେବେ ଶ୍ରୀ ପ୍ରଧାନ ଙ୍କୁ ବିରୋଧକରି ଉକ୍ତ ପଞ୍ଚାୟତ ର କୌଣସି ବରିଷ୍ଠ ଦଳୀୟ କର୍ମୀ ଯୋଗଦେଇ ନ ଥିଲେ ।


