ଦେଶୀ ମଦ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପାର୍ବଣ ଋତୁ ନଜରରେ ରଖି ରାଜ୍ୟ ଅବକାରୀ କମିଶନର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ସ୍ବତନ୍ତ୍ର ଅବକାରୀ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ଅବକାରୀ ଥାନା ଅଞ୍ଚଳରେ ଶୁକ୍ରବାର ଚଢାଉ ଆରମ୍ଭ କରାଯାଇଛି । ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ବିଶିଙ୍କ ନେତୃତ୍ବରେ ମାରୁପଲ୍ଲୀ ଗ୍ରାମ ସେତୁ ନିକଟରେ ଦେଶୀ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଅବକାରୀ ବିଭାଗ କର୍ମଚାରୀ ମାନେ ଅତର୍କିତ ଚଢ଼ାଉ କରି ୨୫ ଲିଟର ଦେଶୀ ମଦ ଜବତ କରିବା ସହ ବେଆଇନ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଜଣଙ୍କ ମାରୁପଲ୍ଲୀ ଗ୍ରାମର ମକେନ୍ଦ୍ର କୁମାର ଦାସ। ଏ ନେଇ ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ବିଶିଙ୍କ ସୂତ୍ରରୁ ପ୍ରକାଶ । ଚଢ଼ାଉରେ ଅବକାରୀ ଏଏସଆଇ ସୁଶାନ୍ତ କୁମାର ବେହେରା, କନେଷ୍ଟବଳ ଏସ ଭିମା ରାଓ, ଲଟେଶ୍ବର ପ୍ରଧାନ ଓ ସଶାଙ୍କ ଶେଖର ସାହୁ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ