ଛାତ୍ରଛାତ୍ରୀଙ୍କୁ ଆଇରନ ବଟିକା ପ୍ରଦାନରେ ବୁଗୁଡା ବ୍ଲକ ଜିଲ୍ଲାରେ ପ୍ରଥମ

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରତି ସପ୍ତାହରେ ଥରେ ଲେଖାଏଁ ଆଇରନ ଫୋଲିକ ଏସିଡ ସପ୍ଲିମେଂଟସନ ବଟିକା ଦେବାରେ ଗଞ୍ଜାମ ଜିଲ୍ଲାରେ ବୁଗୁଡା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଠାରୁ ବୁଗୁଡା ଏବିଇଓ ଅମିତ କୁମାରୀ ପାଢ଼ୀ ଛତ୍ରପୁରରେ ଏହି ଗୌରବମୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ପ୍ରତ୍ୟେକ ସୋମବାର ଦିନ ବୁଗୁଡା ବ୍ଲକର ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଆଇରନ ବଟିକା ଦିଆଯାଇଥାଏ। ଗଞ୍ଜାମ ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ବୁଗୁଡା ବ୍ଲକରେ ସର୍ବାଧିକ ପ୍ରତିଶତ ଛାତ୍ରଛାତ୍ରୀ ଆଇରନ ବଟିକା ଖାଇବା ସହ ଫାଇଲେରିଆ ପ୍ରତିଷେଧକ ବଟିକା ଖାଇବାରେ ସର୍ବାଧିକ ହୋଇଥିବା ଯୋଗୁଁ ବୁଗୁଡା ବ୍ଲକ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ସୁନାମ ଅଧିକାର କରିପାରିଛି। ବିଇଓ ଚିନ୍ମୟ ମହାପାତ୍ର, ଏବିଇଓ ସୀମାଞ୍ଚଳ ସେଠୀ ଓ ଶ୍ରୀମତୀ ପାଢ଼ୀ, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସିଆରସିସି ବୃନ୍ଦଙ୍କ ମିଳିତ ସହଯୋଗ ଯୋଗୁଁ ବୁଗୁଡା ବ୍ଲକ ଜିଲ୍ଲାରେ ପ୍ରଥନ ସ୍ଥାନ ଅଧିକାର କରିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ