ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା

କୋଣାର୍କ , (ଯୁଗାବ୍ଦ ନ୍ୟୁଜ) : କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ସେବାଶ୍ରମ ଆବାଶିକ ବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ପର୍ଯ୍ୟଟନ ବିଭାଗ ସହାୟତାରେ ପରିଷଦର ସଭାପତି ତଥା ଯୁବ ସଂଗଠକ ପ୍ରଦୀପ ଛାଟୋଇଙ୍କ ସଭାପତିତ୍ୱରେ ବିକାଶ ପରିଷଦର ସଂପାଦକ ତଥା ସାମାଜିକ କର୍ମୀ ଭାଗିରଥୀ ସ୍ୱାଇଁ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ ବର୍ଣ୍ଣନା କରିଥିଲେ । ଅତିଥୀ ରୁପେ “ସତ୍ୟ ଖବର” ସଂପାଦକ ଅକ୍ଷୟ ନାୟକ , ନେହେରୁ ଯୁବକେନ୍ଦ୍ର ,ପୁରୀ ଜିଲ୍ଲା ସଂଯୋଜକ ଜୟ ଶଙ୍କର ଜ୍ୟୋସୀ , ସୋଲାର ସମ୍ପାଦକ ତଥା ବରିଷ୍ଠ ସମାଜସେବୀ ହରିଶ୍ଚଚନ୍ଦ୍ର ଦାଶ , ଆର୍କଶ୍ରୀ ସଂପାଦକ ତଥା ପରିବେଶବିତ ଉର୍ମେଶ ସ୍ୱାଇଁ ,ବରିଷ୍ଠ ସାମ୍ବାଦିକ ମହେଶ୍ୱର ସାମଲ ପ୍ରମୁଖ ବକ୍ତବ୍ୟ ଦେଇ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ । କୋଣାର୍କ ସାମ୍ବାଦିକ ସଂଘ ସଭାପତି ଜ୍ୟୋତିରାଜ ମହାନ୍ତି , ସଂପାଦକ ମନୋରଂଜନ ପଣ୍ଡା , ଯୁବ ସାମ୍ବାଦିକ ଗଣେଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ