ମୁଁ ଦିନେ ଫେରିବି ନିଶ୍ଚୟ

କବି ରଞ୍ଜନ ବାଗ୍‌ଙ୍କ ତୃତୀୟ କବିତାସ୍ୱର ପାଠକାର୍ପଣ ବାଲେଶ୍ୱର, (ସରୋଜ ପଣ୍ଡା):‘ପୁରୁଷାକାର’ ଓ ‘ପୁରୁଷାର୍ଥ’ ଦୁଇଟି କବିତା ସଂକଳନପରେ କବି ରଞ୍ଜନ ବାଗ୍‌ଙ୍କ ତୃତୀୟ ସଂକଳନ ‘ଟାଇମ୍‌ପାସ୍‌’ ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ‘ମୁଁ ଦିନେ ଫେରିବି ନିଶ୍ଚୟ’ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ-୨ ପରିସରରେ ଏକ ମନୋଜ୍ଞ ଅପୂର୍ବ ସାରସ୍ୱତ ସଂଜରେ ପାଠକାର୍ପିତ ହୋଇଯାଇଛି । ‘ଅତ୍ୟନ୍ତ ସରଳ, ଭାବୋଦ୍ଦୀପକ ବ୍ୟଞ୍ଜନା ସହ ସମାଜବାଦୀ ଚେତନାର ସକରାତ୍ମକ ଭିତ୍ତିଭୂମିରେ ଠିଆ କବି ରଞ୍ଜନ ବାଗଙ୍କ ଏହି କବିତା ସଂକଳନରେ ଆମ ଯନ୍ତ୍ରଣାସିକ୍ତ ସମାଜରୁ ମୁକ୍ତି ପାଇବାର ନିରବଚ୍ଛିନ୍ନ ନିଃସର୍ତ୍ତ ସ୍ୱର ଜନଗଣଙ୍କ ନିକଟତର ହେବା ଯେତିକି ଶୁଭସୂଚନା ତା’ଠୁ କବିଙ୍କର କବିତାର ସମ୍ଭାବନା ତାଙ୍କ ଅଧିକାଂଶ ସର୍ଜନାକୁ ଯଥେଷ୍ଟ ସଫଳତା ଆଣିଦେଇଛି’ ବୋଲି ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ମୁଖ୍ୟଅତିଥି ପ୍ରଫେସର ଡ. ବାସନ୍ତୀ ଦେ ଏବଂ ସମ୍ମାନସ୍ପଦ ଅତିଥି ବିଧାୟକ ସ୍ୱରୂପ କୁମାର ଦାସ ମତବ୍ୟକ୍ତ କରିଥିଲେ ।‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ଉପସ୍ଥିତ କବି-କଥାକାର ପ୍ରଶାନ୍ତ ଦାସ, ‘ରେବତୀ’ର କାର୍ଯ୍ୟକାରୀ ସଂପାଦକ ଓ କବି କୃଷ୍ଣ କୁମାର ମହାନ୍ତି, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି-ଗବେଷକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ‘ଅକ୍ଷାଂଶ’ର ସଂପାଦକ ଗବେଷକ-କବି ଡ. ହରିଶ୍ଚନ୍ଦ୍ର ବେହେରା, ସାହିତ୍ୟ ଏକାଡେମୀ ପୁରସ୍କୃତ କବି ବିମଳ ଜେନା, ‘ମୁଁ ଦିନେ ଫେରିବି ନିଶ୍ଚୟ’ କବିତାବହିର ୩୭ଟି ଯାକ କବିତା ସମୀକ୍ଷାର ସ୍ୱର ସ୍ରଷ୍ଟାଙ୍କ କଲମର କୃତି ଓ କୃତିତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ । ସର୍ବାଗ୍ରେ ‘ମହେଶ୍ୱର ବାଗ ସ୍ମୃତି କମିଟି’ର ଆବାହକ ବିଷ୍ଣୁପ୍ରସାଦ ମହାନ୍ତି ମଞ୍ଚାସୀନ ହେବାପାଇଁ ଅତିଥି ଆମନ୍ତ୍ରଣ ଓ ସ୍ୱାଗତ ସମ୍ଭାଷଣ ଅନ୍ତେ କବିଙ୍କର ପିତା ସ୍ୱର୍ଗୀୟ ମହେଶ୍ୱର ବାଗଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିବାବେଳେ ରଞ୍ଜନ ବାଗଙ୍କ ଏକମାତ୍ର ଭିଣୋଇ ସୁଧାଂଶୁ ନାୟକଙ୍କ ଅକାଳ ବିୟୋଗରେ ସେହି ଅମର ଆତ୍ମାଙ୍କର ସଦ୍‌ଗତି କାମନା ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ କବି ରଞ୍ଜନ ବାଗଙ୍କ ‘ମୁଁ ଦିନେ ଫେରିବି ନିଶ୍ଚୟ’ ତୃତୀୟ କବିତା ସଂକଳନକୁ ଅତିଥିମାନଙ୍କ ଦ୍ୱାରା ଅନାବରଣ କରାଯାଇଥିଲା । କବି ରଞ୍ଜନ ବାଗ୍‌ଙ୍କ କନ୍ୟା ପ୍ରତ୍ୟାଶା ବାଗ ଉପସ୍ଥିତ ସାରସ୍ୱତପ୍ରେମୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବକାଶରେ ରଞ୍ଜନ ବାଗ୍‌ଙ୍କର ୯୪ଟି କବିତାରେ ସମୃଦ୍ଧ ପ୍ରଥମ ପୁସ୍ତକ ‘ପୁରୁଷାକାର’, ୪୭ଟି କବିତାରେ ସନ୍ନିବେଶିତ ଦ୍ୱିତୀୟ ସଂକଳନ ‘ପୁରୁଷାର୍ଥ’ ଏବଂ ସଦ୍ୟ ସମର୍ପିତ କବିତା ପୁସ୍ତକ ‘ମୁଁ ଦିନେ ଫେରିବି ନିଶ୍ଚୟ’ ଅନେକ ପାଠକଙ୍କ ଦ୍ୱାରା ଆଦୃତିଲାଭ କରି ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ