ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମାଡ଼ରେ କଳାକାର ଚେପା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୁରୀ କଳାର ଭୂମି । ୧୨ ମାସରେ ୧୩ ପର୍ବ ସହ ସାରା ବିଶ୍ୱରୁ ଯାତ୍ରୀମାନଙ୍କ ଆଗମନ ପୁରୀକୁ ସଦା ସର୍ବଦା ଚଳଚଞ୍ଚଳ କରିଥାଏ । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଅବାହମାନରୁ ପୁରୀ କଳା ସଂସ୍କୃତି ବିଶ୍ୱ ବିଖ୍ୟାତ ହୋଇରହିଛି । ପୁରୀ ଜିଲ୍ଲା ବହୁ କଳାର ଏନ୍ତୁଡ଼ିଶାଳ ପାଟିଥିବା ବେଳେ ଅନୁରୂପ ଭାବେ କଳାକାର ମଧ୍ୟ ପୂରି ହୋଇ ରହିଛନ୍ତି । ବିଶେଷକିରି ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ଓଡ଼ିଶୀ ସଙ୍ଗୀତ, ଗୋଟିପୁଅ, ମର୍ଦ୍ଦଳ ବାଦନ, ପାଇକ ଆଖଡ଼ା, ସାହିଜାତ, ମାଲଖମ୍ବ, ଘଣ୍ଣ ମର୍ଦ୍ଦଳ, ବାଲୁକା କଳା, ପଟ୍ଟଚିତ୍ର, ଚାନ୍ଦୁଆ ଏବଂ ଅନେକ ଲୋକକଳା ପୁରୀ ଜିଲ୍ଲାର ସଙ୍ଗୀତ, ବାଦ୍ୟ, ନୃତ୍ୟ, କଳା, ଭାସ୍କର୍ଯ୍ୟ ଏବଂ ସଂସ୍କୃତିକୁ ଜାବୁଡ଼ି ଧରିଛି । ଆମ ରାଜ୍ୟ ସରକାର ମଧ୍ୟ ଏସବୁର ପ୍ରଚାର ପ୍ରସାର ନିିମିତ୍ତ ବହୁ ପ୍ରଚେଷ୍ଟା କରୁଛନ୍ତି । କନ୍ତୁ ବର୍ତ୍ତମାନ ପୁରୀଜିଲ୍ଲାକୁ ବର୍ଷ ତମାମ ସରକାର ଏବଂ ପ୍ରଶାସନିକ ଅଧିକାରୀ ଯିବା ଆସିବା ବହୁ ପରିମାଣରେ ଲାଗି ରହିଥିବାରୁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ସରକାରଙ୍କ ପ୍ରିୟଭାଜନ ଲକ୍ଷ୍ୟରେ କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ଭୁଲି ଯାଉଥିବା ପରିଲକ୍ଷିତ ହେଉଛି । କଳାକାର ଭତ୍ତା, ସାଂସ୍କୃତିକ କାର୍ଯ୍ୟକ୍ରମ, ସିଟିଏମ୍ଏସ୍ରେ ମନ ମୁତାବକ କାର୍ଯ୍ୟ କରୁଛନ୍ତି । ଦପ୍ତରରେ କିଛି ଅଣକଳାକାର ଆଡା ଜମାଇ ସବୁଥିôରେ ପିସି କାରବାର ଚଳାଉଥିବା ଦେଖିବାକୁ ମିଳୁଛି । ଯେଉଁ କଳାକାର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ନିୟମିତ ଯାଇପାରୁ ନାହାଁନ୍ତି ସେମାନଙ୍କୁ ଜାଣିଶୁଣି ବିଭିନ୍ନ ସରକାରୀ ନିୟମ ଦେଖାଇ ହଇରାଣ ହରକତ କରାଯାଉଛି । ଜିଲ୍ଲା କଳାକାରମାନଙ୍କୁ ଜିଲ୍ଲାରେ କାର୍ଯ୍ୟକ୍ରମ ତ ମିଳୁନାହିଁ, କିନ୍ତୁ ଜିଲ୍ଲା ସଂସ୍କୃତି ଅଧିକାରୀ ସିଟିଏମ୍ଏସ୍ ଭଳି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ କଳାକାରଙ୍କୁ ଅନ୍ୟ ଜିଲ୍ଲାରେ ମଧ୍ୟ କାର୍ଯ୍ୟକ୍ରମ କରିବାରୁ ନିବୃତ୍ତ ରଖୁଛନ୍ତି । ଏହା ଫଳରେ କଳାକାରଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । କଳାକୁ ନିର୍ଭର କରି ପେଟ ପୋଷୁଥିବା କଳାକାର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏ ସମସ୍ତ ସମସ୍ୟା ଯଥାଶୀଘ୍ର ସମାଧାନ ନିମନ୍ତେ ଓଡ଼ିଶା କଳାକାର ମଞ୍ଚ ଅନୁରୋଧ କରି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ଯଦି ଯଥାଶୀଘ୍ର ଏହାର ସମାଧାନ ନହୁଏ, ତାହେଲେ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇ ଆଗାମୀ କାର୍ଯ୍ୟପନ୍ଥା ହାତକୁ ନେବ ବୋଲି କହିଛନ୍ତି ।


