ବେଲଗୁଣ୍ଠାରେ ତୃତୀୟ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଅନୁଷ୍ଠିତ ଦ୍ୱିତୀୟ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ,ଶାନ୍ତିଲତା ବେହେରା, ସୁଚରିତା ଗୌଡ଼, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ,ଶିବରାମ ବେହେରା,ଗଙ୍ଗାଧର ସ୍ଵାଇଁ, ଶିଶିର କୁମାର ସ୍ୱାଇଁ ଏବଂ ଶୀତଳ ପ୍ରସାଦ ଜେନା,ସହକାରୀ ଶିକ୍ଷକ ଦାଶରଥି ସେଠୀ,ଆକୁଳ ସାହୁ,ଅଶୋକ ବେହେରା, ସହକାରୀ ଶିକ୍ଷୟିତ୍ରୀ ଆରତୀ ପାତ୍ର,ରଶ୍ମିରେଖା ମଲ୍ଲିକ,ମାନସୀ ନାୟକ,କାଜଲ୍ ପ୍ରଧାନ, ସୁଚିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ, ଗଣିତ କଳିକା କିଟ୍ ଓ ଭାଷା କିଟ୍ ର ବ୍ୟବହାର,ଏସ୍ଇସି ସର୍ଭେ,ୟୁ- ଡାଇସ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ବିଦେଶୀ ବାଡତ୍ଯା,ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ,ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ତୃତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ