ଅପରାହ୍ନ ୪.୧୫ ରୁ ମା ମଙ୍ଗଳା ଙ୍କ ମନ୍ଦିର ରେ ଭକ୍ତ ଦର୍ଶନ ବନ୍ଦ
ନିମାପଡ଼ା, (ସନ୍ତୋଷ ଦାସ):ଶନିବାର ପବିତ୍ର କୁମାର ପୂର୍ଣିମା। ପୂର୍ଣିମା ଅବସର ରେ ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ସ୍ବତନ୍ତ୍ର ଭାବେ ପୂଜା ନିତି ଅନୁଷ୍ଠିତ ହେବ। ଶୁକ୍ରବାର ରାତ୍ର ୩ ଘଟିକା ରେ ମନ୍ଦିର ଦ୍ଵାର ଖୋଲାଯାଇ ମଙ୍ଗଳ ଆଳତୀ ଓ ମଇଲମ ନୀତି ଅନୁଷ୍ଠିତ ହେବ। ଶନିବାର ପ୍ରାତଃ ରୁ କ୍ରମାନ୍ୱୟରେ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହୋଇ ଦିବା ୩ ଘଟିକା ରେ ରାତ୍ରୀ ଧୂପ ଓ ୩.୪୫ ମିନିଟ ମଧ୍ୟରେ ବଡ଼ ସିଂହାର ନିତି ଅନୁଷ୍ଠିତ ହୋଇ ଅପରାହ୍ନ ୪.୧୫ ରେ ମନ୍ଦିର ପହୁଡ଼ ପଡ଼ିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ଅପରାହ୍ନ ୪.୧୫ ଠାରୁ ଆଉ ଭକ୍ତ ମାନେ ମନ୍ଦିର କୁ ପ୍ରବେଶ କରିପାରିବେ ନାହିଁ। ଶନିବାର ବିଳମ୍ବିତ ରାତିରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ପୁଣି ଥରେ ସ୍ଵାଭାବିକ ଭାବେ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେବ। ଏଣୁ ଶନିବାର ସଂଧ୍ୟା ରେ ଭକ୍ତ ମାନେ ମା ଙ୍କୁ ଦର୍ଶନ କରିବାକୁ ନଯିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।


