ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ୍ୟୁ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଯୋଡା ସହରର କଲ୍ୟାଣ ମଣ୍ଡପ ଠାରେ ରବିବାର ରାତିରେ ଏକ ବିବାହ ଭୋଜିକୁ ଯାଇଥିବା ସ୍ଥାନୀୟ ଜଣେ ନାବାଳକର ବିଦ୍ୟୁତ କରେନ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ରବିବାର ରାତିରେ ଉକ୍ତ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା । ଏଥିରେ ସ୍ଥାନୀୟ ହଟିଂର କିଛି ପିଲାମାନେ ଭୋଜି ଖାଇବାକୁ ଯାଇଥିଲେ । କଲ୍ୟାଣ ମଣ୍ଡପରେ ବିଦ୍ୟୁତ ଚାଳିତ ଲିଚୁ ଲାଇଟ୍ ସଜାଯାଇଥିଲା । କୌଣସି କାରଣ ବସତଃ ଲିଚୁ ଲାଇଟର ଖୋଲା ତାର, ପାଖରେ ଥିବା ଲୁହା ଗ୍ରୀଲରେ ଲାଗିଯାଇଥିଲା । ତେବେ ଉକ୍ତ ନାବାଳକ ଜଣକ ବିଦ୍ୟୁତ କରେନ୍ଟରେ ଚାର୍ଜ ହୋଇଥିବା ଲୁହାଗ୍ରୀଲ ସଂସ୍ପର୍ଶରେ ଆସି ବିଦ୍ୟୁତ କରେନ୍ଟ ଖାଇ ଗୁରୁତର ହୋଇପଡିଥିଲେ । ସେଠାରେ କଲ୍ୟାଣ ମଣ୍ଡପର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ କିମ୍ବା କୌଣସି କର୍ମଚାରୀ ଉକ୍ତ ନାବାଳକକୁ ଡାକ୍ତରଖାନାକୁ ନେଇ ନଥିଲେ । ଯାହାଫଳରେ ନାବାଳକର ମୃତ୍ୟୁ ଘଟିଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପରେ ଉକ୍ତ ନାବାଳକକୁ ତାଙ୍କ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରିଦିଆଯାଇଥିଲା । ସୋମବାର ଯୋଡା ପୋଲିସ ମୃତ ନାବାଳକଙ୍କ ଘରକୁ ଯାଇ କେଶ୍ ନଂ ୨୨୩/୨୦୧୯ ରୁଜୁ କରି ମୃତ ଦେହକୁ ବ୍ୟବଛେଦ ନିମନ୍ତେ ପଠାଇଛି । ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ମୃତ୍ୟୁର କାରଣ ବିଦ୍ୟୁତ କରେନ୍ଟ ବୋଲି ସନ୍ଦେହ ହେଉଥିଲେ ମଧ୍ୟ ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ,ଏହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ବିଭିନ୍ନ ଦିଗକୁ ଆଧାର କରି ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ