ସାଉଦ ଆରବରେ ଓଡ଼ିଆଙ୍କ ପକ୍ଷରୁ ଶରତ ମିଳନ

ଗଞ୍ଜାମ, (ବିନୋଦ ପଲାଇ):ସାଉଦି ଆରବ ସ୍ଥିତ ଓଡ଼ିଆଙ୍କ ଉତ୍କଳିକା ସଙ୍ଘଠନ ପକ୍ଷରୁ ଶରତ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ , ବରିଷ୍ଠ ସଦସ୍ୟ ଅଜୟ ଦାସ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ସଦସ୍ୟା ମୀନାର ଅପା, ଯୋଗଦେଇ ସହରରେ ରହି,ଆଧୁନିକ ଜୁଗ ସହିତ ତାଳ ଦେଇ ଆମେ କେମିତି ଆମେ ଆମର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପାରିବା, ତାହା ଉପରେ ବକ୍ତବ୍ୟରେ ପ୍ରାଧାନ୍ୟ ଦେଇଥିଲେ I ଉତ୍କଳିକାର ମୁଖ୍ୟ ସଂଚାଳକ ଜୟନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ , ବୌଦ୍ଧିକ ଓ ସର୍ଜନାତ୍ମକ କାର୍ଯ୍ୟକର୍ମକୁ ପ୍ରାଧାନ୍ୟ ଦେଇ , ଓଡ଼ିଶାର ଲୁକାୟିତ କଳା , କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଭାଷଣ କର ଯାଇଥିଲା I ମହିଳା ମାନଙ୍କ ମଧ୍ୟରେ ପୁଚି ଖେଳ , ଝୋଟି ଅଙ୍କା ଓ ଅଳତା ଲଗେଇବା ଭଳି ପ୍ରତିଯୋଗିତା କର ଯାଇଥିଲା ବେଳେ, ପୁରୁଷମାନେ ବାଗୁଡ଼ି ଓ ସନ୍ତରଣ ଆଦି ପ୍ରିତିଯୋଗୀତାରେ ଭାଗ ନେଇଥିଲେ Iଝିଅମାନେ ଅଳତା ଓ ଶାଢ଼ୀ ପିନ୍ଧି କୁଆଁର ପୁନେଇ ଜନ୍ହ ଗାଇବାର ଦୃଶ୍ୟରେ ଦର୍ଶକ ମଣ୍ଡଳୀ ଭାବ ବିହ୍ୱୋଳ ହୋଇ ଯାଇଥିଲେ Iଅନ୍ୟ ମାନଙ୍କ ମଧ୍ୟରେ ବନ ବିହାରୀ ମହାନ୍ତି,ଉମାକାନ୍ତ ପାଢ଼ୀ,ସୁଧିର ସେନାପତି,ପଙ୍କଜ ସିଂହ, ଭଗବାନ ପାତ୍ର ,ମୁସ୍ତାଫା ବେଗ, ପ୍ରଭାତ ଶତପଥି , ଚିନ୍ମୟ ପ୍ରସାଦ ଲେଙ୍କା,ମାନସ ମହାପାତ୍ର, ପ୍ରଭାତ ପରିଡ଼ା, ବିଭୁପ୍ରସାଦ ଦାସ୍, ମନୋଜ୍ ନାୟକ, ସୁବାସିଶ ସୁନ୍ଦରରାୟ, ଶୁଶାନ୍ତ ପ୍ରଧାନ, ସୁଜିତ୍ ସେନାପତି, ସରୋଜ ପାତ୍ର , ପ୍ୟାରୀମୋହନ ମଲିକ, ବସନ୍ତ ସାହୁ , ରାଧେ ଶ୍ୟାମ ରାମ, ଅମୃତ ଲାଲ୍ ନାୟକ, ମହେଶ୍ବର ଜେନା ପ୍ରମୁଖଙ୍କ ସମେତ ଜୁବେଲରେ ଥିବା ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ଵ ଓଡ଼ିଆ ଏକତ୍ରିତ ହୋଇ ଓଡ଼ିଶାର ପାରମ୍ପରିକ ଲୋକ ନୃତ୍ୟ ଓ ଗୀତର ଆସର ମଧ୍ୟରେ ଓଡ଼ିଆ ଖାଦ୍ୟର ଭରପୁର ମଜା ନେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ