ଜୁଆଙ୍ଗ ଜୁମିତ ତାରାସ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ
ହାଟଡିହିି, (ବିକାଶ ବିଶ୍ୱାଳ ) : ଓରାଳି ଠାରେ ଜୁଆଙ୍ଗ ଜୁମିତ କ୍ଲବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଏଥିରେ ନନ୍ଦିପଦା, ଓରାଳି, ହଦଗଡ, ସାତକୋସିଆ, ଆଗରପଡା, ଭଦ୍ରକ ପୁଲିସ, ଭଦ୍ରକ କମ୍ପାନୀ, ବିଣାପାଟିଅ।। ଆଦି ଅଞ୍ଚଳରୁ ୨୦ଟି ଫୁଟବଲ ଦଳ ଭାଗ ନେଇଛନ୍ତି । ଆସସନ୍ତା କାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମହେନ୍ଦ୍ର ଟୁଡୁ, ରାବଣ ଟୁଡୁ, ରାମକିସ୍କୁ, ଦଶା ଟୁଡୁ, ଦୁର୍ଗା ମୁର୍ମୁ . ଭୀମସେନ କିସ୍କୁ, ମଙ୍ଗଳ ଟୁଡୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି


