ଶିକ୍ଷାବିତ ରବୀନ୍ଦ୍ର ଦାଶ ଙ୍କ ସ୍ମୃତିସଭା ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଯୋଗେଶ୍ୱରପୁର ର ଶିକ୍ଷାବିତ ରବୀନ୍ଦ୍ରନାଥ ଦାଶ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସର ରେ ସ୍ଥାନୀୟ ମହାବୀର କଲ୍ୟାଣମଣ୍ଡପ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ପ୍ରତାପ କୁମାର ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସ୍ମୃତିସଭା ରେ ଅତିଥି ଭାବେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା,ସି ପି ଆଇ ନେତା ଆଶିଷ କାନୁନଗୋ, ଶିକ୍ଷକ ନେତା ମାଧବ ବିଶ୍ବାଳ, ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ପ୍ରକାଶ ଚନ୍ଦ୍ର ପରିଡା, ଦିଲ୍ଲୀପ କୁମାର ଜେନା,ଜ୍ଞାନରଞ୍ଜନ ସାହୁ, ଜ୍ୟୋତିର୍ମୟ ଦଳାଇ, ପ୍ରାଣକୃଷ୍ଣ ମଲ୍ଲିକ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଦାଶ ଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସର ରେ ସ୍ୱର୍ଗତ ଦାଶ ଙ୍କ ଗୃହ ସମ୍ମୁଖରେ ତାଙ୍କ ପ୍ରତିମୂର୍ତ୍ତି କୁ ମନ୍ତ୍ରୀ ଶ୍ରୀ ବେହେରା ଉନ୍ମୋଚନ କରିଥିବାବେଳେ ତାଙ୍କ ପତ୍ନୀ ଓ ଜ୍ବାଇଁ ଙ୍କ ପକ୍ଷରୁ ପ୍ରକାଶିତ ସ୍ମୃତିପତ୍ରିକା ରବି ରତ୍ନ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ସ୍ମୃତିସଭାରେ ନିମାପଡ଼ା,ଗୋପ,କାକଟପୁର, ଅସ୍ତରଙ୍ଗ, ପିପିଲି, ଭୁବନେଶ୍ୱର ଅଞ୍ଚଳ ର ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀ ଯୋଗ ଦେଇଥିଲେ।


