ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ତାଙ୍କ ନାମରେ ଦେଶଦ୍ରୋହ ମାମଲା ଥିଲା। ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ପେଶାୱର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବକାର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ବିଶେଷ ଅଦାଲତର ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି | ସଂପ୍ରତି ପରଭେଜ ମୁସାରଫ ବର୍ତ୍ତମାନ ଦୁବାଇରେ ଅଛନ୍ତି | ନଭେମ୍ବର ୩, ୨୦୦୭ ମସିହାରେ ଦେଶରେ ଜରୁରୀକାଳୀନ ସ୍ଥିତି ପାଇଁ ମୁସାରଫଙ୍କ ନାମରେ ଡିସେମ୍ବର ୨୦୧୩ ମସିହାରେ ମୋକଦ୍ଦମା ଦାୟର କରାଯାଇଥିଲା | ମୁସାରଫଙ୍କୁ ୨୦୧୪ ମସିହା ମାର୍ଚ୍ଚ ୩୧ରେ ଦୋଷୀ ବୋଲି କୋର୍ଟ ରାୟ ଶୁଣାଇଥିଲେ | ପାକିସ୍ତାନର ବିଶେଷ ଅଦାଲତ ୮ ବର୍ଷ ଯାଏଁ ରାଷ୍ଟ୍ରପତି ଥିବା ମୁସାରଫଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ରାୟ ଦେଇଛନ୍ତି | ମୁସାରଫ ମାର୍ଚ୍ଚ ୨୦୧୬ ମସିହାରେ ପାକିସ୍ତାନ ଛାଡିଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ