ପୋଲସରାରେ କନିଷ୍ଟ ଦେବାନି ଅଦାଲତର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ପୋଲସରା, (ଅନିଲ କୁମାର ମହାରଣା):ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ବିଜୁଳି ଶକ୍ତି କେନ୍ଦ୍ର ନିକଟରେ ଥିବା ସଂରକ୍ଷିତ ଜାଗାରେ ୫ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ କନିଷ୍ଠ ଦେଓ୍ବାନୀ ଅଦାଲତର ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଅଛି। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟରେ ମୁଖ୍ଯ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ଯ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଦେବବ୍ରତ ଦାସ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜର୍ଜ ରୂପଶ୍ରୀ ଚୌଧୁରି, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶରବଣା ବିବେକ ଏମ୍ ଆଦି, ପୋଲସରା ଅଦାଲତ ବିଚାରପତି ଦିପ୍ତିମୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ତହସିଲଦାର ରୁବି ବେହେରା, ପୋଲସରା ଓକିଲ ସଂଘ ସଭାପତି ସୁଶାନ୍ତ ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଆଇନ ପରାମର୍ଶ ଦାତା ରମେଶ ପ୍ରଧାନ, ଆଇନଜୀବୀ କବିରାଜ ଦାସ, ଜମୀର ଅଲ୍ଲୀ ଖାଁ, ସୁଶାନ୍ତ ମଲ୍ଲିକ, ଅଗସ୍ତି ବରାଡ, ଲକ୍ଷ୍ମୀ ପାଢ଼ୀ, ବ୍ରଜବନ୍ଧୁ ଦଳବେହେରା, ବ୍ରଜବନ୍ଧୁ ସାହୁ, ରଜନୀକାନ୍ତ ପ୍ରଧାନ, ସୁଧାଂଶୁ ପ୍ରଧାନ, ସିମାଞ୍ଚଳ ହୋତା, ବଳରାମ ସାହୁ ସମେତ ଅନ୍ଯ ଆଇନଜୀବୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।


