ଖୋଲାପଡିଆରୁ ଉଦ୍ଧାର ହେଲା ଅଲୋଡା ଶିଶୁକନ୍ୟା

ଜଗନ୍ନାଥ ପ୍ରସାଦ , (ଯୁଗାବ୍ଦ ନ୍ୟୁଜ) : ପୁଣି ଅଲୋଡା ଶିଶୁ କନ୍ୟା । ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗ୍ରାମର ଏକ ପରିତ୍ୟକ୍ତ ଖୋଲା ପଡିଆ ନିକଟରେ ମଙ୍ଗଳବାର ଏକ ସଦ୍ୟ ଜନ୍ମିତ ଶିଶୁ କନ୍ୟାକୁ କୌଣସି ନିର୍ଦ୍ଦୟୀ ମା ଫୋପାଡି ଦେଇଥିବାବେଳେ ତାକୁ କାଉମାନେ ଖୁମ୍ପି ଖାଉଥିବାବେଳେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମଙ୍ଗଳବାର ସେହି ଗ୍ରାମର ଝୁନୀ ସାହୁ ପ୍ରଥମେ ଏହା ଦେଖିବା ପରେ ତାଙ୍କର ଶାଶୁ ଶାନ୍ତିଲତା ସାହୁ ଓ ଶ୍ୱଶୁର ଦୁତି କୃଷ୍ଣ ସାହୁ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ୱାର୍ଡ ମେମ୍ବର କାହ୍ନୁ ଚରଣ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ବୁଲୁ ସେଠି ଓ ଅନ୍ୟମାନଙ୍କ ସହାୟତାରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାଟିକୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଚାଇଲ୍ଡ ହେଲ୍ପ ଲାଇନର ସହାୟତାରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରିବାକୁ ବ୍ରହ୍ମପୁର ଅଣାଯାଇଛି । ତେବେ ଉକ୍ତ ଶିଶୁଟିକୁ ଶାନ୍ତିଲତା ଓ ତାଙ୍କର ପରକିବାର ବର୍ଗ ଆପଣାଇ ନିଜ ଶିଶୁ ଭାବେ ପାଳନ କରିବାକୁ ଚାହୁଁଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ