ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରର ସ୍ଥାନୀୟ କେ . ଏସ . ୟୁ . ବି କଲେଜ ରେ ”ଯୁବ ଓଡିଶା ନବୀନ ଓଡିଶା ”କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଏବଂ ସେହି କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ | କଲେଜ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ , ଉକ୍ତ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ ଅନ୍ୟତମ ଅତିଥିଭାବେ ଯୋଗଦେଇ ଯୋଜନା ସମ୍ପର୍କ ରେ କହିଥିଲେ ଏବଂ ଅଧ୍ୟାପିକା ପୂଜା ଦାସ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ଧନ୍ୟବାଦ କରିଥିଲେ | କଲେଜ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭ ରେ ସଙ୍ଗୀତ ଗାନ କରିଥିବେଳେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପକ ସନାତନ ବେହେରା , ଡ଼ଃ ରବୀନ୍ଦ୍ର ମିଶ୍ର , ବିତ୍ତ ଅଧିକାରୀ ଅଧ୍ୟାପକ ସୁନୀଲ ଦାସ ,ହରିଶ ଭଟ୍ଟର , ହରମୋହନ ନାୟକ , ବାବୁଲା ପ୍ରଧାନ , ଦୁର୍ଗାପ୍ରସାଦ ସାହୁ ,ବିଦେଶୀ ରାଉତ , ଅଧ୍ୟାପିକା ରାଜଶ୍ରୀ ନାୟକ , ସସ୍ମିତା ଦାସ ,ମନ୍ଦାକିନୀ ପଣ୍ଡା , ଜ୍ୟୋସ୍ନା ରାଣୀ ଦାସ ,ସୁଧାଶ୍ରୀ ନାୟକ , ଶେଫାଳୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ