ନବୀନ ଓଡିଶା ଆନୁକୂଲ୍ୟରେ ସାମାଜିକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଝାମି ଗ୍ରାମରେ ଓଡିଶା ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ଏବଂ ସାମାଜିକ ବିକାଶ କାର୍ଯ୍ୟକ୍ରମର ଟିମ୍ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ। ସର୍ବ ପ୍ରଥମେ ମହିଳା ସ୍ନାତକ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ସହ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ଝାମି ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ। ପ୍ଲାଷ୍ଟିକ୍ ମୁକ୍ତ ପରିବେଶ, ଦୂଷିତ ଜଳର ପ୍ରଭାବ, ବାଲ୍ୟବିବାହ ବିରୋଧ, ବାଲ୍ୟ ଶ୍ରମ ବିରୋଧ ଆଦି ବିଭାନ୍ନ ସଂପର୍କରେ ନାରାବାଜି ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ଗ୍ରାମ ପଞ୍ଚାୟତ ଠାରେ ଏକ ସର୍ବ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସ୍ଥାନୀୟ ଜିଲ୍ଲା ପରିଷଦର CDO-cum-EO ଅଧିକାରୀ ଶ୍ରୀଯୁକ୍ତ ଗୁଣନିଧି ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଏକ ଦୀର୍ଘ ଭାଷଣ ମାଧ୍ୟମରେ ବାଳିକାମାନେ କିଭଳି ଦୁଇ କୁଳର ଉଦ୍ଧାର କରିଥାନ୍ତି ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ କହିଥିଲେ। ସେହିଭଳି ଜିଲ୍ଲା କିଶୋର ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ମଧ୍ୟ ବାଲ୍ୟବିବାହ, କିଶୋରୀଙ୍କ ଅଧିକାର ବଳାତ୍କାର ଜନିତ ସମସ୍ୟା ଆଜି ବିଷୟରେ ବକ୍ତବ୍ୟ ରଖିଥିଲେ। ସେହିଭଳି ଜିଲ୍ଲା ପରିମଳ ଅଧିକାରୀ ଶ୍ରୀ ସୁନୀଲ୍ କୁମାର ମଧ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର କେତେ ବିପଦ ବୁଝାଇଥିଲେ। ନୋଡାଲ୍ ଅଧିକାରୀ ଡ଼ ଭାରତୀ ପାଣିଗ୍ରାହୀ ଉପସ୍ଥିତ ଗ୍ରାମବାସୀଙ୍କୁ ତେଲୁଗୁରେ ଶିକ୍ଷା ତଥା ଲିଙ୍ଗ ଭେଦଭାବ ନୀତିରୁ ଦୂରେଇ ରହିବାକୁ କହିଥିଲେ। ଶେଷରେ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡିତ୍‌, ଗ୍ରନ୍ଥାଗାର ଶ୍ରୀ ଏଲ୍. ଦୁର୍ଯ୍ୟୋଧନ ଓ ଶ୍ରୀ କେ. ଦୁର୍ଯୋଧନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ