ଗଜପତିରେ ମରୁଡି ଓ ଅବହେଳିତ ରାସ୍ତାର ଅନୁଧ୍ୟାନ କଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବର୍ଷାଭାବ ଯୋଗୁଁ ଉତ୍କଟ ମରୁଡି ଦେଖା ଦେଇଛି. ଏହି ମରୁଡି ପରିସ୍ଥିତି ସହ ଅବହେଳିତ ଗ୍ରାମ୍ୟ ରାସ୍ତା ପରିଦର୍ଶନ ଓ ଅନୁଧ୍ୟାନ କରି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ବିଜୟ କୁମାର ପଟ୍ଟନାୟକ ଗଜପତି ପ୍ରଶାସନ ସହ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରିଛନ୍ତି. ବିଶେଷକରି କାଶୀନଗର, ଗୋଷାଣୀ ଓ ଗୁମା ବ୍ଲକରେ ମରୁଡି ପ୍ରଭାବିତ ହୋଇଥିବାରୁ ଏହି ଅଂଚଳର ଚାଷ ଓ ଚାଷୀ ମାନଙ୍କ ଅବସ୍ଥା ଚିନ୍ତାଜନକ ହୋଇପଡ଼ିଥିଲେ ଏହି ଅଞ୍ଚଳବାସୀ ମୁଖ୍ୟତଃ ଧାନ ଚାଷ କରୁଥିବାବେଳେ ଚାଷ ଜମି ପାଇଁ କୌଣସି ବଡ଼ ଜଳର ଉତ୍ସ ନାହିଁ । ରାଜ୍ୟରେ ଦୀର୍ଘ ବର୍ଷର ହେଲା ସରକାର ଙ୍କ ତରଫରୁ ଚାଷୀ ଙ୍କ ବିଷୟରେ ଯାହା କରୁଥିଲେ ବି ଆଜି ପର୍ଯ୍ୟନ୍ତ କୃଷି ପାଇଁ ସର୍ବନିମ୍ନ ଜଳ ସେଚନ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି। ସରକାରଙ୍କ ବିଫଳ ଓ ଜନବିରୋଧୀ ନୀତି ପାଇଁ ରାଜ୍ୟରେ କୃଷକ ମାନଙ୍କ ଆର୍ଥିକ ସ୍ଥିତି ସବୁଠାରୁ ଖରାପ ଅବସ୍ଥାରେ ଅଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗସ୍ତ ସମୟରେ ମରୁଡି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ କୃଷକ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ଏହା ସହ ପ୍ରତିବର୍ଷ ମାରୁଡ଼ିରେ ଏହି ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରାୟସ କରିବେ ବୋଲି ଶ୍ରୀଯୁକ୍ତ ପଟନାୟକ କହିଛନ୍ତି।ଅପରପକ୍ଷରେ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ବେ ଏହି ରାସ୍ତା ଅବହେଳା ବିଷୟରେ ଜଣାଇଥିଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗୁଡା ଗ୍ରାମର ଜନସାଧାରଣ ଏବଂ ସରପଞ୍ଚ ଙ୍କ ସହିତ ଗ୍ରାମବାସି, ପୂର୍ବତନ ମୁଖ୍ୟ ଶାସନସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ।ପ୍ରାକାଶ ଥାଉ ଯେ ଏହି ମିନିଗୁଡା ରାସ୍ତା ନିର୍ମାଣ ହୋଇପାରିନଥିବାରୁ ବାରମ୍ବାର ଦାବି କରିଛନ୍ତି ଏବଂ ରାଜରାସ୍ତାରେ ବହୁତ ସମୟ ଧରି ଅବରୋଧ କରିଥିଲେ ନିନିଗୁଡା ଗ୍ରାମବାସୀ । ଦୀର୍ଘ ବର୍ଷ ହେଲା ମିନିଗୁଡା ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜିଯାଏଁ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ । ମିନିଗୁଡା ଗ୍ରାମରୁ ରାଜ୍ୟରାଜପଥ ତଥା ମୁଖ୍ୟରାସ୍ତାର ଦୂରତା ମାତ୍ର ଏକ କିଲୋମିଟର ରହିଥିବା ବେଳେ ରାସ୍ତାଟିଏ ନିର୍ମାଣ ହୋଇପାରୁନଥିବାକୁ ନେଇ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା । ଏନେଇ ବାରମ୍ବାର ବିଭିନ୍ନ ସ୍ଥରରେ ବିଭିନ୍ନ ସମୟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ଫଳପ୍ରଦ ମିଳୁ ନଥିଲା । ତେବେ ଗତ ଛଅମାସ ପୂର୍ବେ ମଧ୍ୟ ଲୋକେ ରାସ୍ତା ଅବରୋଧ କରିଥିଲେ । ସେତେବେଳେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ଯେ, ଅଳ୍ପ ଦିନ ମଧ୍ୟରେ ସମାଧାନ କରାଯିବ । ହେଲେ ଛଅ ମାସ ପରେ ମଧ୍ୟ ସମାଧାନ ନ ହେବାରୁ ପୁଣି ଥରେ ଆଜି ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନର ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାର ବିଷୟରେ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ ଜଣାଇବା ସହିତ ଉକ୍ତ ଅବହେଳିତ ରାସ୍ତା ଉପରେ ଚଲାଇ ଚଲାଇ ନେଇଛନ୍ତି। ଏହି ବିଷୟରେ ଶ୍ରୀ ପଟ୍ଟନାୟକ ମିନିଗୁଡା ବାସୀଙ୍କୁ ଆସ୍ପାସନା ଜଣାଇଛନ୍ତି ଏବଂ ଏହି ରାସ୍ତା ଅବହେଳା ବିଷୟରେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବି ବୋଲି କହିଥିବା ସୂଚନା ମିଳିଛି ଜଣାପଡିଛି।


