ନାଉଗାଁରେ ବ୍ଳକସ୍ତରୀୟ ବିଜ୍ଞାନ ମେଳା

ନାଉଗାଁ , (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ୫୧ତମ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୩ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକସ୍ତରୀୟ ବିଜ୍ଞାନ କ୍ଲବ ସଂଯୋଜନା କମିଟି ଉପଦେଷ୍ଟା ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ କୃତୀ ପ୍ରଧାନ ଶିକ୍ଷକ ସୁବାସ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷାର ଅଗ୍ରଗତି ଓ ଶିକ୍ଷାର ମାନକୁ ବୃଦ୍ଧି କରିବା ସହ ବିଜ୍ଞାନ ଓ ବୈଜ୍ଞାନିକ ସହ ପିଲାଙ୍କୁ ଜଡିତ ରଖିଲେ ଆଗାମୀ ଦିନରେ କେହି ନା କେହି ନାଉଗାଁର ନାମ ରଖିବେ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ଜୋନ ନଂ-୧ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଉପାଧ୍ୟକ୍ଷ ସୁଜିତ ପୁହାଣ, ବ୍ଲକସ୍ତରୀୟ ବିଜ୍ଞାନ କ୍ଲବ ସଂଯୋଜନା କମିଟିର ସଭାପତି ମନୋରମା ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମେଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସହାକାରୀ ବ୍ଲକ ଶିକ୍ଷାଧିକାରୀ ବାମଦେବ ସ୍ୱାଇଁ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ବ୍ଲକସ୍ତରୀୟ ବିଜ୍ଞାନ କ୍ଲବ ସଂଯୋଜନା କମିଟି ସଂପାଦକ ସୁଧୀର କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ତପନ ମହାପାତ୍ର, ମୁଖ୍ୟବକ୍ତା ଭାବେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଂଗ୍ରାମ ମହାନ୍ତି ଯୋଗଦାନ କରିଥିଲେ । ଏହି ମେଳାରେ ବ୍ଳକର ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ୭୫ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ଚୟନ କମିଟି ଦ୍ୱାରା ୧୧ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିବା ଜଣାଯାଇଛି । ସିଆରସିସି ଅକ୍ଷୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ସିଆରସିସି ଓ ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।

+

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ