ଗଜପତିରେ ସଡକ ସୁରକ୍ଷା କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲାସ୍ତରୀୟ ବୈଠକରେ ଜିଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି ଜିଲାରେ ନୂତନ ପରିବହନ ନିୟମ କଡାକଡି ହେବାପରେ ସଡକ ଦୁର୍ଘଟଣାର ପରିମାଣକୁ ନେଇ ବିସ୍ତୃତ ଭାବେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ନୂତନ ପରିବହନ ନିୟମ କଡାକଡି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡି ଚାଳନା କଲେ ସେମାନଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଜିଲାର ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ଅଞ୍ଚଳରେ କିପରି ଭାବେ ଯାନବାହାନ ତନଖି କାର୍ଯ୍ୟ କରାଯାଉଛି ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି ଯାନବାହାନ ଗୁଡିକୁ ଅଧିକ ତନଖି କରିବା ସହ ଦୁର୍ଘଟଣାର ସଂଖ୍ୟା ଯେପରି କମ୍ କରାଯାଇପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରିବାକୁ ଏହି ସଡକ ସୁରକ୍ଷା କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସଡକରେ ସୁରକ୍ଷିତ ଯାତ୍ରାପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତନ କରାଯାଇପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତାଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟ ଗାଡି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର କିପରି ସଠିକ ଭାବେ କମ୍ ସମୟରେ ପ୍ରଦାନ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଭାରପ୍ରାପ୍ତ ପରିବହନ ଅଧିକାରୀ ତଥା ଉପଜିଲାପାଳ ରଜନୀକାନ୍ତ ସ୍ୱାଇଁ, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, କାଶୀନଗର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ