ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ: ବିଦ୍ୟାଳୟ ବୈଜ୍ଞାନିକ ତିଆରି କାରଖାନା ବିଧାୟକ ପ୍ରଫୁଲ୍ଲ ସାମଲ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉତ୍ତ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବିଇଓ ମଞ୍ଜୁଳାବାଳା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବିଦ୍ୟାଳୟ ବୈଜ୍ଞାନିକ ତିଆରି କାରଖାନା ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ.ଅଭୟ ସୁତାର, ସମ୍ମାନୀତ ବକ୍ତା ଭାବେ ଇଂ.ଅମିତ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବି.ଆର୍.ସି.ସି ହରେକୃଷ୍ଣ ଆପଟ, ବ୍ଲକ ବିଜ୍ଞାନ ସଂଯୋଜକ ଶଶୀ ଶେଖର କରଶର୍ମା, ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଦାସ, ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ସେଠୀ, ସି.ଆର୍.ସି.ସି କୂଳପ୍ରଭା ସୁଆର, ଏସ୍.ଏମ.ସି ସଭାପତି ପ୍ରତାପ କୁମାର ସାହୁ, ଏବିିଇଓ ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ଚିନ୍ତାଧାରାକୁ ଆଗକୁ ନେବାରେ ଏହି ପ୍ରଦର୍ଶନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିଥିଲେ । ୨ୟ ପର୍ଯ୍ୟାୟରେ ତହସିଲଦାର ଅଙ୍କିତା ବାରିକ, ବିଡିଓ ପ୍ରଦୀପ କୁମାର ସେଠୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡଃ. ମାୟାଧର ସାହୁ, ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାକ୍ତନ ସି.ଆର୍.ସି.ସି ସୁକାନ୍ତ ବେହେରା ଅତିଥି ପରିଚୟ ଓ ଶିକ୍ଷକ ଜଗନ୍ନାଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟର ୧୧୭ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ବିବେିଚିତ ପ୍ରକଳ୍ପ ଜିଲା ସ୍ତରକୁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ଖଗେଶ୍ୱର ମହାପାତ୍ର, ଭଗବାନ ପ୍ରଧାନ, ସୁବଳ ଚରଣ ପତ୍ରୀ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଣୟ କୁମାର ସିଂହ, ଜଗନ୍ନାଥ ମଲ୍ଲିକ, ଧର୍ମେନ୍ଦ୍ର ନାରାୟଣ ଜେନା, ସନାତନ ଦାସ, ଅମୂଲ୍ୟ ଦାସ, ନରେନ୍ଦ୍ର ସାହୁ, ସତ୍ୟ ରଂଜନ ଦାସ, ଶୁଭେନ୍ଦୁ ବିଶ୍ୱାଳ, ଅଭୟ ପ୍ରଧାନ, ନିରଂଜନ ରାଉତଙ୍କ ସମେତ ସମସ୍ତ ସିଆରସିସି ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।


