ସ୍ୱର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ଶିକ୍ଷାବିତ୍ ସ୍ୱର୍ଗତ ଲକ୍ଷ୍ମୀଧର ଲେଙ୍କା ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ନିରୁପମା ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ଛତିଆ ବଟର ମଣିମା ପ୍ରଫୁଲ୍ଲ କୁମାର ଦାସଙ୍କ ଉପସ୍ଥ୍ିତିରେ ସ୍ୱର୍ଗତ ଲେଙ୍କାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ହରେକୃଷ୍ଣ ଦାଶଙ୍କ ଦ୍ୱାରା ବେଦପାଠ ଓ ପରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତିଆ ବଟର ମଣିମା ସ୍ୱର୍ଗତ ଲେଙ୍କାଙ୍କ ବାସଭବନରେ ପହଞ୍ôଚବା ପରେ ପରିବାରବର୍ଗଙ୍କ ସମେତ ଗ୍ରାମର ଭକ୍ତ ମାନେ ମଣିମାଙ୍କୁ ପୁଷମାଲ୍ୟ ଅର୍ପଣ କରିବା ପରେ ବନ୍ଦାପନା କରାଯାଇ ପୂଜାର୍ଚ୍ଚନା କରିଥିଲେ । ମଣିମାଙ୍କ ଆଗମନ ବେଳେ ଅଭିମନ୍ୟୁ ରାଉତ, ବଟକୃଷ୍ଣ ରାଉତ, ଦୀନବନ୍ଧୁ ନାୟକ, ଅନନ୍ତ ଲେଙ୍କାଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜ୍ୟୋଷ୍ଠପୁତ୍ର ପଙ୍କଜ କୁମାର ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜ୍ୟୋଷ୍ଠ କନ୍ୟା ରଶ୍ମିରେଖା ଲେଙ୍କା, ନରେତ୍ତମ ଲେଙ୍କା, ଚକ୍ରଧର ରାଉତ, ତୁଳସୀ ଲେଙ୍କା, ଅଞ୍ଜନ କୁମାର ଲେଙ୍କାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


