ଅବସର କାଳୀନ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵିଷ୍ଣୁପୁର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନନ୍ଦା ଖିଲାରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ଅଧିର କୁମାର ତରାଇ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଅମୂଲ୍ୟ ନାୟକ, ନିମନ୍ତ୍ରିତ ଅତିଥି ଏଵିଇଓ ଅକ୍ଷୟ କୁମାର ଜେନା,ମଞ୍ଜୁଳା ନାୟକ, ଉମେଶ ଚନ୍ଦ୍ର ଜେନା, ସ୍ଵତନ୍ତ୍ର ଅତିଥି ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ସୁବଳ ଚରଣ ପତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାସୁଦେବ ଗୋଛାୟତ, ବିନୋଦ ବିହାରୀ ମହାରଣା, ଅରୁଣ ଖିଲାର, ପ୍ରତାପ ଖିଲାର ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ଖିଲାର, ଶ୍ୟାମସୁନ୍ଦର ବେହେରା, ଯୁଵ ନେତା ଦୀପକ ପାଣିଗ୍ରାହୀ, ରବିନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସସ୍ମିତା ସାମନ୍ତ ମାନପତ୍ର ପାଠ କରିଥିବା ବେଳେ ଦେବେନ୍ଦ୍ର ନାଥ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଵିକଶି ସାହୁ, ମଧୁସ୍ମିତା ବରାଳ, ହରେକୃଷ୍ଣ ସେଠୀ, ରୋଜାଲିନ ମଲ୍ଲିକ, ନିରାକାର ସାମଲ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ