ପାରଳା ମହାରାଜା ହାଇସ୍କୁଲ ୧୯୮୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପାଞ୍ଚ ମାଇଲ ଫାମ ହାଉସ ଠାରେ ୧୯୮୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଓଡିଶାର ସର୍ବ ପୁରାତନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୨ ମସିହାରେ ମାଟ୍ରିକ ପଢୁଥିବା ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୬୦ରୁ ଉର୍ଦ୍ଧ ୧୯୮୨ ମସିହାରେ ପଢୁଥିବା ମାଟ୍ରିକ ବ୍ୟାଚ ସାଙ୍ଗସାଥି ଯୋଗ ଦେଇ ସେମାନଙ୍କର ପୁରୁଣା ଅନୁଭୁତି, ସ୍ମୃତି, ସେତେ ବେଳର ପାଠପଢା ଶୈଳୀ, ପୁରୁଣା ସ୍ମୃତି ସାଉଁଟିବା ସହ ଗୁରୁ ଶିଷ୍ୟଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।


