ମହେନ୍ଦ୍ରଗିରି ଶିଖରରେ ଥିବା କୁନ୍ତୀ ମନ୍ଦିରରୁ ମଶାଲରେ ଆସିଲା ଜ୍ୟୋତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୩ ପାଇଁ ମଶାଲରେ ଉତ୍ସବରେ ଜ୍ୟୋତିକୁ ଅଣାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଗଜପତି ଉତ୍ସବ ମଶାଲ ପହଞ୍ଚିଥିଲା । ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ସ୍ମୃତି ରଞ୍ଜନ ପ୍ରଧାନ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ବାଗତ କରିଥିଲେ। ଜିଲ୍ଲାସ୍ତରୀୟ ଅଧୂବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରା‌ଯିବ ୧୯.ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଜିଲ୍ଲାର ଅଧୂବାସୀଙ୍କ ପାରମ୍ପରିକ ଓ ସାଂସ୍କୃତିକକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପରୁ ବିଶାଳ ଶୋଭାଯାତ୍ରା ମାଧ୍ଯମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥୁଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶଲ୍ ପହଞ୍ଚିବା ପରେ ସେଠାରୁ ଗୁମ୍ଫା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ । ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ସଦସ୍ୟ ମାନେ ମହେନ୍ଦ୍ରଗିରି ଶିଖରର ମାତା କୁନ୍ନୀ ମନ୍ଦିରରୁ ମଶାଲ ଟିକୁ ଆଣିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧୂ ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ନିଜ ନିଜ ବ୍ଲକ ସ୍ତରୀୟରେ ଗ୍ରହଣ କରି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ