ଆସିକା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆସିକା ସହରରରେ ଫେଷ୍ଟିଭାଲ ମହୋତ୍ସବ ନୂତନ ବର୍ଷ ଜାନୁୟାରୀ ୧୧ ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଲୋକକଳା ସହ ବିଭିନ୍ନ ବର୍ଗର ନିଜର କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ତାସହିତ୍ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏଥିନିମନ୍ତେ ବୁଧବାର ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ଏବଂ ମହୋତ୍ସବ କମିଟିର ମିଳିତ ପ୍ରସ୍ତୁତି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜାନୁୟାରୀ ୧୧-୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆସିକା ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଆଲୋଚନା ହୋଇଥିଲ।। ସ୍ଥାନୀୟ କଳାକାର ଠାରୁ ଆରମ୍ଭ କରି ଜିଲ୍ଲାବାହର ଜଳାକାର ମାନେ ମଧ୍ୟ ବିଭିନ୍ନ କଳା ପରିବେଶଣ କରିବେ । ଏହାସହ ଦର୍ଶକ ମାନଙ୍କ ମନୋରଂଜନ ନିମନ୍ତେ ଦୈନିକ ବିଭିନ୍ନ ଓଲିଉଡ ଓ ବଲିଉଡ କଳାକାର ମାନେ ଆସି ସେମାନଙ୍କର କଳା ପରିବେଶଣ କରିବେ । ଏହି ମହୋତ୍ସବ ନିମନ୍ତେ କମିଟି ପକ୍ଷରୁ ଏକ ଲୋଗ ପ୍ରସ୍ତୁତ କରାଯିବ । ଲୋକମାନେ କିପରୀ ଶାନ୍ତି ଶୃଙ୍ଖଳା ଭାବେ ମହୋତ୍ସବ କୁ ଉପଭୋଗ କରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲ।। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆସିକା ମହୋତ୍ସବ କମିଟିର ଅଧ୍ୟକ୍ଷା ତଥା ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଆସିକା ତହସିଲଦାର ଆଶୁତୋଷ ଗୈାରବକର , ହିଂଜିଳି ବିଡିଓ ତଥା ଆସିକା ଭାରପ୍ରାପ୍ତ ବିଡିଓ ପ୍ରସନ୍ନ ପାତ୍ର, ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା, କମିଟିର ସୂର୍ଯ୍ୟକାନ୍ତ ପରିଡା, ନଚିକେତା ସ୍ୱାଇଁ, ନାରାୟଣ ସ୍ୱାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅନୀଲ ନାୟକ, ଶିବ ନାହାକଙ୍କ ସମେତ କମିଟିର ବହୁ ସଭ୍ୟମାନେ ଉପସ୍ଥିତ ଥିଲେ ।


