୨୦୨୪ ନିର୍ବାଚନ କୁ ସୂଚାରୁ ରୂପେ ସମ୍ପନ୍ନ ପାଇଁ ପୋଲିସ, ମାଜିଷ୍ଟ୍ରେଟ ବୈଠକ
ବାଲେଶ୍ଵର, (ସରୋଜ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ପୋଲିସ, ମାଜିଷ୍ଟ୍ରେଟ ସମନ୍ନୟ ବୈଠକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସପି ଶାଗରିକା ନାଥ,ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ,ପ୍ରିୟଦର୍ଶିନୀ ମଲ୍ଲିକ,ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ଚୌହାନ ମୋତିରାମ,ନୀଳଗିରି ଉପଜିଲ୍ଲାପାଳ ମନ୍ଦର ଧର ମହାଳିକ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାର ଉତ୍ତେଜନା ପ୍ରବଣ ଗୁଡ଼ିକ ଚିହ୍ନଟ କରିବା, ଚୋରା ମାଦକଦ୍ରବ୍ୟ ନିୟନ୍ତ୍ରଣ,ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ବନ୍ଦ କରିବା,ବିଶୃଙ୍ଖଳା କାରୀଙ୍କୁ ଚିହ୍ନଟ କରିବା,ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ଯାନବାହାନ ସଂଗ୍ରହ,ସଠିକ ଭୋଟର ଲିଷ୍ଟ ପ୍ରକାଶନ,ଡିବ୍ୟାଙ୍ଗ ଙ୍କ ପାଇଁ ବୁଥର ଆବଶ୍ୟକୀୟ ବ୍ୟବସ୍ଥା,ଭୋଟର କେନ୍ଦ୍ର ମାନଙ୍କରେ ସି ସି କ୍ୟାମେରା ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ବୈଠକ ରେ ଆଲୋଚନା କରାଯାଇଥିଲା।