ବେଣାପଡାରେ ଭାଗବତ ପାରାୟଣ ଓ କଥାମୃତ ଉଦଯାପିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତସ୍ଥିତ ବେଣାପଡା ଗ୍ରାମରେ ମା’ବୁଢ଼ୀ ଠାକୁରାଣୀ ପୀଠରେ ଉନବିଂଶତମ ଶ୍ରୀମଦ ଭାଗବତ କଥାମୃତ ଓ ପାରାୟଣ ଅନୁଷ୍ଠିତ ହେଇଯାଇଛି | ଏହି କାର୍ଯ୍ୟକ୍ରମରେ ଧାରାବାହିକ ପ୍ରବଚକ ଭାବେ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ, କୁନି ପ୍ରବଚକ କେଶବ ଦାସ ମହାରାଜ, ପ୍ରାଚୀ ମଠର ମଠାଧୀଶ ଦାମୋଦର ଦାସ ମହାରାଜଙ୍କ ସହିତ ବହୁ ସାଧୁସନ୍ଥ ଯୋଗ ଦେଇ ଆଶ୍ରୀବଚନ ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ପ୍ରତ୍ୟହ ପ୍ରାତଃ ରୁ ଶଙ୍ଖ ଧ୍ବନି, ପ୍ରାର୍ଥନା, ନଗର ପରିକ୍ରମା, ମଙ୍ଗଳା ଆରତୀ, ସୂର୍ଯ୍ୟପୂଜା ସହିତ ଦିନରେ ଶ୍ରୀମଦ ଭାଗବତ ପଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ପ୍ରବଚନ ପ୍ରସଙ୍ଗ ଅନୁସାରେ ଧ୍ରୁବ ଓ ପ୍ରହଲ୍ଲାଦ ଚରିତ୍ର, ବଳି ବାମନ ପ୍ରସଙ୍ଗ ଲବଣ ଚୋରି , କାଳୀୟଦଳନ , ରୁକ୍ମିଣୀ ବିବାହ ଓ ସୁଦାମ ଚରିତ୍ର ରେ ଅଭିନୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଏଥିରେ ରୁକ୍ମଣୀଙ୍କ ପିତା ଭାବରେ କୈଳାସ ଚନ୍ଦ୍ର ମହାନ୍ତି ଓ ଶ୍ରୀକୃଷ୍ଣ ଭଗବାନଙ୍କ ପିତା ଭାବରେ ପ୍ରଦୋଷ ମହାନ୍ତି ପୂର୍ଣ୍ଣ ପ୍ରସ୍ତୁତ ହୋଇ ବାଜା ରୋଷଣୀ କରି ଭକ୍ତିରେ ନାଚଗୀତ କରି ବିବାହ ମଣ୍ଡପରେ ପହଞ୍ଚି ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ଶେଷ କରିଥିଲେ। ଆଖପାଖରୁ ବହୁ ଶ୍ରଦ୍ଧାଳୁ ପ୍ରବଚନ ଶୁଣିବା ସହିତ ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ