ନୁଆ ଓଡିଶା ଯୁବଓଡିଶା କରଞ୍ଜିଆ ବ୍ଲକ ଓ ଏନଏସି ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ଯୁବକ ଯୁବତୀ ଙ୍କ ଅନ୍ତର୍ନିହିତ କ୍ରୀଡ଼ାପ୍ରତିଭାର ବିକାଶ ନିମନ୍ତେ ଆୟୋଜିତ ହେଉଥିବା ପ୍ରତିଯୋଗିତା ଅନ୍ତର୍ଗତ ପ୍ରତିଯୋଗିତା ଉଭୟ କରଞ୍ଜିଆ ବ୍ଲକ୍ ଓ କରଞ୍ଜିଆ ଏନଏସି ପ୍ରଶାସନ ମିଳିତ ଆନୁକୁଲ୍ୟରେ ଷ୍ଟାଡିୟମ୍ ଠାରେ ଆୟୋଜିତ ହେଉଛି ଏହି କ୍ରୀଡା ଉତ୍ସବକୁ ମୂଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବିଡିଓ ସୁଶାନ୍ତ କୁମାର ସୁତାର ଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି,ବ୍ଲକ୍ ଅଧ୍ୟକ୍ଷା ସୁଭଦ୍ରା ମର୍ଣ୍ଡି,ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ପିଏଆଇଟିଡିଏ ଦେବଜାନୀ ଭୂୟାଁ,ତହସିଲଦାର ଦିବାକର ମାଝୀ,ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ପ୍ରମୁଖ ମଞ୍ଚାଷିନ ରହିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକ ଷ୍ଟାଡିୟମ୍ ବ୍ୟତୀତ କରଞ୍ଜିଆ ହାଇସ୍କୁଲ ପଡିଆ ଓ ଦୋଳ ପଡ଼ିଆ ଠାରେ ମଧ୍ୟ ଅନୁଷ୍ଠିତ ହେଉଛି । ତେବେ ଆଜି ଷ୍ଟାଡିୟମ୍ ଠାରେ ମନ୍ତ୍ରୀ ଶ୍ରୀମତି ହେମ୍ବ୍ରମ୍ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ଯୁବ ପ୍ରତିଭାଙ୍କୁ ବିକଶିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ କ୍ରିକେଟ,ଫୁଟବଲ, ଭଲି ବଲ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନା ସନ୍ତୋଷ କୁମାର ମିଶ୍ର କରିଥିବା ବେଳେ ଉଭୟ କରଞ୍ଜିଆ ବ୍ଲକ ଓ ଏନ୍ଏସି କାର୍ଯ୍ୟାଳୟ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମୋଟ ୧୩୦ ଟି ଟିମ୍ ରେଜିଷ୍ଟ୍ରେସନ କରିଛନ୍ତି ଏଵଂ ୧୯୨୦ ଜଣ ଖେଳାଳୀ ଅଂଶଗ୍ରହଣ କରୁଛନ୍ତି ବୋଲି ସୂଚନା ମିଳିଛି ।ଏହି ପ୍ରତିଯୋଗିତା ଆସନ୍ତା ୨୩ ଡିସେମ୍ବର ରେ ଉଦଯାପନ ହେବ ବୋଲି କରଞ୍ଜିଆ ବିଡ଼ିଓ ସୁଶାନ୍ତ କୁମାର ସୁତାର ସୂଚନା ଦେଇଛନ୍ତି


