ପୋଚିଲିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନକୂଲ୍ୟରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ନୂଆ-ଓ,ଯୁବ ଓଡିଶା- ନବୀନ ଓଡିଶା କାର୍ଯ୍ୟକ୍ରମ । ଏହି ଅବସରରେ ସ୍ଥାନୀୟ ବ୍ଳକ ପୋଚିଲି ମାଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନଭେମ୍ବର ୨୮ ତାରିଖଠାରୁ ଆରମ୍ଭ ହୋଇଥିବା ନୂଆ-ଓ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶାଳୟ,ବ୍ରହ୍ମପୁର ସୁଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଓଏସଏଏମବି ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପ୍ରଧାନ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଓଆରଏଚଡିସି ଅଧ୍ୟକ୍ଷ ଡି.ବିଶ୍ୱନାଥ, ବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ରବି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ କ୍ରୀଡା,ସଂସ୍କୃତି ଓ ସାମାଜିକ ସେବାକ୍ଷେତ୍ରରେ ଶିକ୍ଷାର୍ଥୀଙ୍କ ଅର୍ନ୍ତନିହିତ ଗୁଣର ବିକାଶ, ଦକ୍ଷତା ଓ ଉଲ୍ଲେଖନୀୟ ପାରଦର୍ଶିତା ବିକଶିତ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ମହତ ଉଦ୍ଦେଶ୍ୟ ସହ ନୂଆ-ଓ, ଯୁବ ଓଡିଶା- ନବୀନ ଓଡିଶା ଗଠନରେ ଯୁବ ଶକ୍ତିଙ୍କ ସକ୍ରିୟ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବାଳକ ବିଭାଗରେ ଦିପକ ପୃଷ୍ଟି ଓ ବାଳିକା ବିଭାଗରେ କ୍ରୀଷ୍ଣା ଭୂୟାଁ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କ୍ରୀଡା ଓ ସଂସ୍କୃତି ବିଭାଗର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ୧୨୫ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ବିଭିନ୍ନ କ୍ରୀଡା,ସାମାଜିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୫ଶହ ଶିକ୍ଷାର୍ଥୀଙ୍କୁ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିଲା । ନୋଡାଲ ଅଧିକାରୀ ନିଳାଞ୍ଚଳ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଞ୍ଜୟ ଷଡଙ୍ଗୀ, କୌଳାସ ଚନ୍ଦ୍ର ପାଲେଇ, ସୁଶାନ୍ତ କୁମାର ପଣ୍ଡା, କେ. କୃଷ୍ଣମୂର୍ତ୍ତୀ ଦାସ, ନୃସିଂହ ପଟ୍ଟନାୟକ, ଇନ୍ଦ୍ରମୋହନ ଆପଟ, ଦଣ୍ଡପାଣି ଡାକୁଆ,ଅନିଲ ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକାଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।