ଖମଟଣା କ୍ରିକେଟ କ୍ଲବ ତରଫରୁ ଖମ୍ବେଶ୍ୱର ପ୍ରମିୟର ଲିଗ୍ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :ଖମଟଣା କ୍ରିକେଟ କ୍ଲବ ତରଫରୁ ଖମ୍ବେଶ୍ୱର ପ୍ରମିୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଝରଣା ମହାନ୍ତି,ଶୋଭନା ମହାନ୍ତି,ବିପିନ ମାରାଣ୍ଡି,କଳ୍ପନା ଜେନା,ରାଜକିଶୋର ଜେନା,ସଞ୍ଜୟ ଜେନା,କାର୍ତ୍ତିକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରମିୟର ଲିଗରେ ଚାରି ଗୋଟି ଦଳ ଅଂଶ୍ରହଣ କରିଥିଲେ। ଏହି ଲିଗରେ ଖେଳ ଅତି ରୁମାଞ୍ଚକ ହୋଇଥିଲା।ଖେଳର ମୁଖ୍ୟ ଆକର୍ଷଣ ପ୍ରଭାତ ଜେନା ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଥିଲେ। ତାଙ୍କର ଖେଳ ସମସ୍ତଙ୍କୁ ଆକର୍ଷିତ କରିଥିଲା ସର୍ବଶେଷରେ ଶ୍ରୀ ଦାସ କମିଟିର ସମସ୍ତ ମେମ୍ବର ତଥା ଗୌତମ ଜେନା,ବୁନୁ ଜେନା,ମୁରଲୀ ଜେନା,ମନୋଜ ଜେନା,ରାକେଶ ଜେନା,ମୋହନ ଜେନା ଙ୍କୁ ଏହିଭଳି ଏକ ଖେଳର ଆୟୋଜନ କରିଥିବାରୁ ଧନ୍ୟବାଦ୍ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ