କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଅଯୋଧ୍ୟା ଶ୍ରୀ ରାମ ଜନ୍ମ ଭୂମିରେ ବିଧର୍ମୀ ମାନଙ୍କର ଚକ୍ରାନ୍ତକୁ ଧୂଳିସାତ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର କେତେ ଯେ ସାଧୁ ସନ୍ଥ,କର ସେବକ ମାନଙ୍କର ବଳିଦାନରେ ସାଂସ୍କୃତିକ ଜାଗରଣର କେନ୍ଦ୍ର ଆଜି ସ୍ୱାଧୀନତାର ସୂର୍ଯ୍ୟ ଉଦୟ ଏକ ସୈାହାର୍ଦ୍ୟପୁର୍ଣ ବାତାବରଣ ସୃଷ୍ଟି କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଯମାନୀରେ ମନ୍ଦିରରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ବ୍ରହ୍ମପୁର ସହରର ବିଭିନ୍ନ ମଠ ମନ୍ଦିର ବୁଲି ପ୍ରଭୁଙ୍କ ଦର୍ଶନ କରିବା ସହ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମଙ୍ଗଳ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ସକାଳେ ବିଜେପି କାର୍ଯ୍ୟକର୍ତ୍ତା ମାନେ ହରିଡ଼ାଖଣ୍ଡି ଗାଁ ସ୍ଥିତ ହନୁମାନ ମନ୍ଦିର ଠାରୁ ବାହାରି ବିଶ୍ଵକର୍ମା ମନ୍ଦିର,ବିନାୟକ କଲେଜ ଛକ ହନୁମାନ ମନ୍ଦିର,କାଳୁପାତ୍ର ସାହି ସ୍ଥିତ ରାଧାକାନ୍ତ ମଠ,ଶଙ୍କରପୁର ସାହି ରାମ ମନ୍ଦିର,ପନ୍ଦରା ସାହି ରାମ ମନ୍ଦିର,ପାଣିଗ୍ରାହୀ ପେଣ୍ଠ ରଘୁନାଥ ମନ୍ଦିର,ଆସ୍କା ରୋଡ଼ ହନୁମାନ ମନ୍ଦିର,ଶ୍ରୀରାମ ନଗର ହନୁମାନ ମନ୍ଦିର,ରାଉତପେଣ୍ଠ ସାହି,କାଶୀ ବିଶ୍ଵନାଥ ମନ୍ଦିର,ମାର୍ଥା ସାହି ରାମ ମନ୍ଦିର,କାନେକାପରମେଶ୍ୱରୀ ମନ୍ଦିର,ଖାସ୍ପା ସାହି ଜଗନ୍ନାଥ ମନ୍ଦିର,ଜଉରା ସାହି ରାମ ମନ୍ଦିର,ନୀଳକଣ୍ଠେଶ୍ଵର ମନ୍ଦିର,ଅନ୍ଧପସରା ରୋଡ଼ ହନୁମାନ ମନ୍ଦିର,ଗୋସାଇଁନୂଆଗାଁ ଉତ୍ତରେଶ୍ୱର ମନ୍ଦିର,ବୈଦ୍ୟ ସାହି ରଘୁନାଥ ମନ୍ଦିର,ବିଲ ସାହି ହନୁମାନ ମନ୍ଦିର,ବିଜିପୁର କାଳୁଆ ମନ୍ଦିର ଛକ ସ୍ଥିତ ହନୁମାନ ମନ୍ଦିର,କମାପଲ୍ଲୀ ନୃସିଂହ ମନ୍ଦିର,ବୈଦନାଥେଶ୍ୱର ମନ୍ଦିର,କମାପଲ୍ଲୀ ଠାକୁରାଣୀ ମନ୍ଦିର,କୋର୍ଟପେଟା ଛକ ଜଗନ୍ନାଥ ମନ୍ଦିର,ବ୍ରହ୍ମାନଗର ହନୁମାନ ମନ୍ଦିର,ଗେଟ୍ ବଜାର ରଘୁନାଥ ମନ୍ଦିର,ବାବାଜୀତୋଟା ସାହି ହନୁମାନ ମନ୍ଦିର,ବ୍ୟାଙ୍କ୍ କଲୋନୀ ହନୁମାନ ମନ୍ଦିର ପ୍ରମୁଖ ମନ୍ଦିର ବୁଲିଥଥିଲେ । ସଂଧ୍ୟା ୫ : ୦୦ ସମୟରେ ଗାନ୍ଧୀନଗର ଛକ ଠାରେ ୧୦୮ ଦୀପ ପ୍ରଜ୍ବଳନ ସହ ଦିପାବଳୀ ପାଳନ ଆତସବାଜି ସହ ମିଷ୍ଠାନ୍ନ ବଣ୍ଟନ ଦଳ ପକ୍ଷରୁ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରଫୁଲ୍ଲ ପାଣିଗ୍ରାହୀ,କମଲ ପାତ୍ର,ମାଲି ସାହୁ,ଜି ବିଜୟ ପାତ୍ର,କିଶୋର କୁମାର ସାହୁ,ମନୋଜ ମହାରଣା,ପ୍ରଦୀପ ମିଶ୍ର,ଏସ୍.ଶ୍ରୀନିବାସ,କେ.ରବି ରାଓ,ଦେବୁନ୍ ପଟ୍ଟନାୟକ,ଚିନ୍ମୟାନନ୍ଦ ପଟ୍ଟନାୟକ,ଦେବାଶିଷ ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସହରର ମନ୍ଦିର ଗୁଡ଼ିକ ବୁଲିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ